₹2,496 Crore to APICOL ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକ-୨୦୨୬: କୃଷି ଉଦ୍ୟୋଗ ପାଇଁ ଏପିକଲ୍‌କୁ ୨୪୯୬କୋଟି ଟଙ୍କା

5 days ago 3
ARTICLE AD BOX

ଭୁବନେଶ୍ୱର:  ରାଜ୍ୟରେ କୃଷି ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ସରକାର ଆଗାମୀ ୫ ବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ଏପିକଲ୍‌କୁ ୨,୪୯୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଜି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ନ୍ଧନ ସିଂହଦେଓ ଏନେଇ ସୂଚନା ଦେଇଛନ୍ତି।

Agriculture subsidy: କୃଷି ସହାୟତା ରାଶି ହଡ଼ପ ଅଭିଯୋଗ: ସହକାରୀ କୃଷି ଅଧିକାରୀ ନିଲମ୍ବିତ, ୨ ବହିଷ୍କୃତ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ (ଏପିକଲ୍) ସଂସ୍ଥା ଦ୍ୱାରା ଆଜି ଲୋକସେବଭବନରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକ-୨୦୨୬ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମୀକ୍ଷାରେ ଭାଗ ନେଇ ସେ କହିଥିଲେ, ରାଜ୍ୟରେ କୃଷିକ୍ଷେତ୍ରକୁ ଏକ ଲାଭଦାୟକ ବ୍ୟବସାୟରେ ପରିଣତ କରିବା ପାଇଁ ସମୟସୀମା ମଧ୍ୟରେ ଆବଶ୍ୟକ ଋଣ ଯୋଗାଇଦେବାକୁ ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ରାଜ୍ୟର ସମସ୍ତ ବ୍ୟାଙ୍କ ସହଯୋଗ କରିବା ଆବଶ୍ୟକ। 

ଏହି ବୈଠକରେ କୃଷି ଉଦ୍ୟୋଗୀଙ୍କୁ ସହଜରେ ଋଣ ଦେବା, ବ୍ୟାଙ୍କ ଓ ସରକାରୀ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଏବଂ ଗାଁର ଯୁବକ ଓ ମହିଳାମାନଙ୍କୁ କୃଷି ବ୍ୟବସାୟରେ ଅଧିକରୁ ଅଧିକ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ବିଭିନ୍ନ ବ୍ୟାଙ୍କ ଓ ବ୍ୟାଙ୍କ ଅଧିକାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷି ଉଦ୍ୟୋଗୀମାନଙ୍କୁ ଋଣ ସୁବିଧା ଯୋଗାଇ ଦେବା ପାଇଁ ସରକାର, ବ୍ୟାଙ୍କ, ନାବାର୍ଡ, ଆରବିଆଇ ଏବଂ ରାଜ୍ୟସ୍ତରର ସଂସ୍ଥାଗୁଡ଼ିକ ମିଳିମିଶି କାମ କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା।  

Chief Minister's Agriculture Development: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅବଧି ୫ ବର୍ଷ ବଢ଼ିଲା

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ୍, ଏପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ଏସଏଲବିସି ସଂଯୋଜକ, ନାବାର୍ଡ ଓ ଆରବିଆଇର ଜେନେରାଲ ମ୍ୟାନେଜର, ସମସ୍ତ ଜିଲ୍ଲାର ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଯୋଗଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.