ARTICLE AD BOX
କ୍ରିକେଟ୍ ପିଚ୍ ୬୬ ଫୁଟ୍ ଲମ୍ବ ହୋଇଥାଏ ବୋଲି ଆମେ ଜାଣୁ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବ୍ରିଟିସ୍ କ୍ରିକେଟର୍ ସାମ୍ ବୋଡୋଆନୋ ଏକ ମ୍ୟାଚ୍ରେ ପ୍ରଥମ ବଲ୍ ବୋଲିଂ କରିବା ପୂର୍ବରୁ ସେଠାକାର ପ୍ରସିଦ୍ଧ ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡ୍ରୁ ସରେର ଭ୍ୟାଲି ଏଣ୍ଡ୍ କ୍ରିକେଟ୍ କ୍ଲବ୍ ପର୍ଯ୍ୟନ୍ତ ୧୦୧.୩୮ କିଲୋମିଟର ଦୌଡ଼ି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ବୋଲିଂ ପୂର୍ବରୁ ସବୁଠାରୁ ଲମ୍ବା ରନ୍-ଅପ୍ ପାଇଁ ସେ ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ ସ୍ଥାପନ ଲାଗି ଏଭଳି କରିଥିଲେ। ତା ସହ ଏହା ଥିଲା ଏକ ଚାରିଟି ମ୍ୟାଚ୍। ଗୋଟିଏ ବଲ୍ ପକାଇବାକୁ ୨୨ ବର୍ଷୀୟ ସାମ୍ ୧୪ ଘଣ୍ଟାରୁ ଅଧିକ ସମୟ ଦୌଡ଼ିଥିଲା। ଲଣ୍ଡନର ଲର୍ଡସ୍ରୁ ଏହାର ପୂର୍ବ ମଧ୍ୟରାତ୍ରି ପୂର୍ବରୁ ସେ ତାଙ୍କର ବୋଲିଂ ଯାତ୍ରା ଆରମ୍ଭ ହୋଇ ପରଦିନ ଅପରାହ୍ଣରେ ୱକିଂ ନିକଟ ଭ୍ୟାଲି ଏଣ୍ଡ୍ କ୍ରିକେଟ୍ କ୍ଲବ୍ରେ ଶେଷ ହୋଇଥିଲା।
Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍
କ୍ରିକେଟ୍ର ଧଳା ପୋଷାକ ପିନ୍ଧି ସେ ୧୧-ଏ-ସାଇଡ୍ ପକ୍ଷରୁ ସେ ଏହି ଐତିହାସିକ ବୋଲିଂରେ ବାହାରିଥିଲେ। ଗ୍ରାଉଣ୍ଡ୍ରେ ପହଞ୍ଚି ସେ ବିପକ୍ଷରେ ଖେଳୁଥିବା ତାଙ୍କ ବାପାଙ୍କୁ ହିଁ ବଲ୍ ପକାଇଥିଲେ। ତାଙ୍କ ବାପା କଭର୍କୁ ବଲ୍ ମାରିଥିବା ବେଳେ କୌଣସି ରନ୍ କରିନଥିଲେ। ବୋଲିଂ ଯାତ୍ରାରେ ବାହାରି ସାମ୍ ଦୁଇ କ୍ରିକେଟ୍ ଗ୍ରାଉଣ୍ଡ୍କୁ ସିଧା ରାସ୍ତାରେ ଅତିକ୍ରମ ନକରି ଲଣ୍ଡନ୍ ଦେଇ ଥେମ୍ସ ନଦୀକୁ ଅନେକ ଥର ଟପିଥିଲେ। ସେହିପରି ଟାୱାର୍ ବ୍ରିଜ୍, ଓଭାଲ୍ ଓ ରିଚ୍ମଣ୍ଡ୍ ପାର୍କ ଦେଇ ସରେରେ ପହଞ୍ଚିଥିଲେ। ପ୍ରଥମେ ସେ ଶହେ କିଲୋମିଟର ଟାର୍ଗେଟ୍ ରଖିଥିଲେ ଓ ପରେ ଏ ଦୂରତା ବଢ଼ାଇଥିବା କହନ୍ତି। ରିପୋର୍ଟ ଅନୁସାରେ, ଏହି ପ୍ରେରଣାପ୍ରଦ କାର୍ଯ୍ୟ କରି ସେ ରଥ୍ ଟ୍ରଷ୍ଟ୍ ଫାଉଣ୍ଡେସନ୍ ଲାଗି ୬୦୦୦ ପାଉଣ୍ଡ୍ ସଂଗ୍ରହ କରିପାରିଥିଲେ। ବୋଲିଂ ଲାଗି ୧୫ ମାଇଲ୍ ଦୌଡ଼ିଥିବା ରେକର୍ଡ କ୍ରିକେଟର୍ ଟମ୍ ଡନ୍ଙ୍କ ନାମରେ ରହିଛି। ସାମ୍ ଅଧିକ ଦୂରତା ଅତିକ୍ରମ କରିଥିଲେ ମଧ୍ୟ ତାଙ୍କର ଏହି କୃତିତ୍ବ ଏଯାଏ ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ରେ ବିଧିବଦ୍ଧ ସ୍ଥାନ ପାଇନାହିଁ।

1 week ago
8


