ହଁ, ମୁଁ ସନ୍ତାନସମ୍ଭବା!

21 minutes ago 1
ARTICLE AD BOX

ବୟସ, ପୋଷାକ ଓ ଶାରୀରିକ ଗଠନ ଆଦିକୁ ନେଇ ମହିଳାମାନଙ୍କୁ ବିଚାର କରିବା ଯଦିଓ ଗ୍ରହଣୀୟ ନୁହେଁ; ତଥାପି ଏଭଳି ଅସଙ୍ଗତ କଥା ବାରମ୍ବାର ଦେଖିବାକୁ ମିଳୁଛି। ନିକଟରେ ବରିଷ୍ଠ ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କୁ ନେଇ ଏକ ଚର୍ଚ୍ଚା ମୁଣ୍ଡ ଟେକିଥିଲା। ଅଭିନେତ୍ରୀ ନୀନାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଯାଇ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Hamleys' flagship : ହାମଲେଜ୍‌ର ଫ୍ଲାଗସିପ୍‌ ଜୁବିଲି ହିଲ୍‌ସ ଷ୍ଟୋର୍‌ ଉଦ୍‌ଘାଟିତ

କିଛି ମାସ ତଳେ ନୀନା ହାଇଦ୍ରାବାଦରେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ବିବାହ ରିସେପ୍ସନ୍‌ରେ ଯୋଗ ଦେଇଥିଲେ। ସେଠାକୁ ସେ ପିନ୍ଧି ଯାଇଥିବା ଶାଢ଼ି ଭିତରକୁ ପେଟ ଟିକେ ବଡ଼ ଦିଶିଥିଲା। ଯାହାକୁ ନେଇ ୬୭ ବର୍ଷ ବୟସରେ ନୀନା ଗୁପ୍ତା ଗର୍ଭବତୀ ହୋଇଥିବା ନେଇ ସୋସିଆଲ୍‌ ମିଡିଆରେ ଅବାନ୍ତର ଆଲୋଚନା ହୋଇଥିଲା। ବିଳମ୍ବରେ ହେଲେ ବି ଏ ସଂପର୍କରେ ସେ ନିରବତା ଭଙ୍ଗ କରିଛନ୍ତି। ନୀନାଙ୍କ କହିବା ଅନୁସାରେ, ଲୋକଙ୍କର ଏପରି ଭାବନା ପଛରେ ଥିଲା ତାଙ୍କ ଶାଢ଼ିର କୁଞ୍ଚ। ଶାଢ଼ିର କପଡ଼ା ଟିକେ ମୋଟା ଥିବାରୁ କୁଞ୍ଚଗୁଡ଼ିକ ଏପରି ଭାବେ ପଡ଼ିଥିଲା ଯେ ତାଙ୍କ ପେଟ ଟିକେ ଉଚ୍ଚା ଦେଖାଯାଉଥିଲା। ଏହାକୁ ନେଇ ଲୋକେ ତାଙ୍କୁ ଗର୍ଭବତୀ ବୋଲି କହିବା ଆରମ୍ଭ କରିଥିଲେ। ତେବେ ଏପରି ଏକ ହାସ୍ୟାସ୍ପଦ ଚର୍ଚ୍ଚାକୁ ଗୁରୁତ୍ବ ନଦେଇ ହସରେ ଉଡ଼ାଇ ଦେଇଥିଲେ ନୀନା ଗୁପ୍ତା। ଯଦି କେହି ନୀନାଙ୍କୁ ଏ ସଂପର୍କରେ ପଚାରୁଥିଲେ, ତେବେ ସେ ‘ହଁ, ମୁଁ ଗର୍ଭବତୀ ଅଛି’ ବୋଲି ମଜାରେ ଉତ୍ତର ଦେଉଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.