ARTICLE AD BOX
ପରଦାରେ ପୁଣି ଦର୍ଶକଙ୍କ ମନୋରଞ୍ଜନ କରାଇବ ‘ମେଁ ୱାପସ ଆଉଙ୍ଗା’ ଯୋଡ଼ି! ଏହି ଫିଲ୍ମରେ ବେଦାଙ୍ଗ ରୈନା ଓ ଶର୍ବରୀଙ୍କ ଅନ୍ସ୍କ୍ରିନ୍ କେମିଷ୍ଟ୍ରି ଦର୍ଶକଙ୍କ ମନ ଜିତିଥିଲା। ଏହି ଯୋଡ଼ିକୁ ପୁଣିଥରେ ବଡ଼ ପରଦାରେ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରୁଥିବା ବେଳେ ସେମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଖବର ଅନୁସାରେ, ପ୍ରଖ୍ୟାତ ନିର୍ଦ୍ଦେଶକ ଇମତିଆଜ୍ ଅଲୀଙ୍କ ନିର୍ଦ୍ଦେଶିତ ଏକ ରୋମାଣ୍ଟିକ୍ ଡ୍ରାମାରେ ଏହି ଦୁଇ ଅଭିନେତା-ଅଭିନେତ୍ରୀ ପୁଣିଥରେ ଏକତ୍ର ନଜର ଆସିପାରନ୍ତି।
RBI: ମୁଦ୍ରା ନୀତି କମିଟିର ବୈଠକ ଆଜିଠୁ
ଫିଲ୍ମ ସହ ଜଡ଼ିତ ସୂତ୍ର ଅନୁଯାୟୀ, ଇମତିଆଜ୍ ଅଲୀ ପ୍ରାୟ ସ୍କ୍ରିପ୍ଟ ଲେଖା ଶେଷ କରିସାରିଛନ୍ତି ଏବଂ ବର୍ତ୍ତମାନ କାଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ଫିଲ୍ମର ଆନୁଷ୍ଠାନିକ ଘୋଷଣା ହୋଇପାରେ। ଚଳିତବର୍ଷ ଡିସେମ୍ବରରୁ ଏହାର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଫିଲ୍ମଟି ପ୍ରି-ପ୍ରଡକ୍ସନ୍ ପର୍ଯ୍ୟାୟରେ ଥିବା ବେଳେ, ଖୁବ୍ଶୀଘ୍ର ଲୋକେସନ୍ ଚୟନ ଓ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ ହେବ।
War: ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିଲେ ଟ୍ରମ୍ପ-ନେତାନ୍ୟାହୁ
‘ମେଁ ୱାପସ୍ ଆଉଙ୍ଗା’ରେ ବେଦାଙ୍ଗ ଜଣେ ସରଳ ତଥା ନିଷ୍କପଟ ପ୍ରେମିକ ଭୂମିକାରେ ନଜର ଆସିଥିଲେ। ଅନ୍ୟପଟେ ଶର୍ବରୀ ‘ଜିୟା’ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ବେଦାଙ୍ଗ ଓ ଶର୍ବରୀଙ୍କ ଯୋଡ଼ି ଭଲ ମେଳ ଖାଉଥିବାରୁ ଦର୍ଶକ ପୁଣିଥରେ ଏହି ଯୋଡ଼ିକୁ ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ବ୍ୟାବସାୟିକ ଦୃଷ୍ଟିକୋଣରୁ ମଧ୍ୟ ଯୋଡ଼ି ଉପଯୁକ୍ତ ବୋଲି ବିଚାର କରାଯାଉଛି।

14 hours ago
1


