ମୂର୍ତ୍ତି ଅବତାରରେ ଈଶା-କାର୍ଡି

3 weeks ago 12
ARTICLE AD BOX

ଫ୍ରାନ୍‌ସର ରାଜଧାନୀ ପ୍ୟାରିସ୍‌ରେ ସୋମବାର ଆରମ୍ଭ ହୋଇଯାଇଛି ‘ଓଟ୍‌ କୋଟୁଓର୍‌ ଵିକ୍‌’। ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ଫ୍ୟାସନ୍‌ ମଞ୍ଚରେ ପୃଥିବୀର ନାମୀଦାମୀ ଡିଜାଇନର୍‌ ଓ କମ୍ପାନି ସେମାନଙ୍କ ସଦ୍ୟତମ ବିଳାସ ପୋଷାକପତ୍ର ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଭାରତୀୟ ଡିଜାଇନର୍‌ ରାହୁଳ ମିଶ୍ର ‘ଦେବୀ: ଦି ଇଣ୍ଟର୍‌ନାଲ୍‌ ମ୍ୟୁଜ୍‌’ ଶୀର୍ଷକ ପୋଷାକପତ୍ର ଉପସ୍ଥାପନ କରିଥିଲେ, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। 

UPSC: ବାପା ଥିଲେ ଆଇଏଏସ୍‌ ଅଧିକାରୀ; ଇତିହାସ ପଢ଼ି ପୁଅ ହେଲେ ଆଇପିଏସ୍‌

ଏହି ପୋଷାକଗୁଡ଼ିକ ପଛର ମୁଖ୍ୟ ପ୍ରେରଣା ହେଉଛି, ଭାରତର ଅନବଦ୍ୟ ମନ୍ଦିର କାରୁକାର୍ଯ୍ୟ। ରାହୁଳଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପିନ୍ଧି ମଡେଲ୍‌ମାନେ ସମୟକୁ କିଛି ଶତାବ୍ଦୀ ପଛକୁ ଫେରାଇ ନେଇଥିଲେ। ମଡେଲ୍‌ମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଆକର୍ଷଣ ସାଜିଥିଲେ ଆମେରିକୀୟ ରାପର୍‌ କାର୍ଡି ବି ଓ ଭାରତୀୟ ବ୍ୟବସାୟୀ ଈଶା ଅମ୍ବାନୀ। ସେମାନେ ସତେ ଅବା ଜୀବନ୍ତ ମୂର୍ତ୍ତି ପାଲଟିଯାଇଥିଲେ! କାର୍ଡି ବି ଧୂସର ତ ଈଶା କଳା ରଙ୍ଗର ମୂର୍ତ୍ତିର ଭ୍ରମ ସୃଷ୍ଟି କରିଥିଲେ। ପ୍ରାଚୀନ ମନ୍ଦିର କାନ୍ଥର ନର୍ତ୍ତକୀ ଭଳି ଦିଶିବା ପାଇଁ ସେମାନଙ୍କ ପୋଷାକରେ ‘ଜରଦୋଜି’ ଓ ‘ଦବକା’ ପରି ଭାରି ଏମ୍ବ୍ରୋଡରି କାମ କରାଯାଇଥିଲା। ଏଥିସହିତ ସମ୍ମିଳିତ ହୋଇଥିଲା ମାଳି ଓ ରତ୍ନପଥର। ଉଲ୍ଲେଖଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଓ ସ୍ବାମୀ ନିକ୍ ଜୋନାସ୍‌ ମଧ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସେମାନେ ଡିଅର୍‌ କମ୍ପାନି ପାଇଁ ମଡେଲ୍‌ ସାଜିଥିଲେ।

RamTemple: ରାମମନ୍ଦିର ଦାନ ଚୋରି ମାମଲା: ଏସ୍‌ବିଆଇର ଅବହେଳାକୁ ଦାୟୀ କଲେ ଚମ୍ପତ ରାୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.