ବଳିତାରେ ନେଲ୍ ପଲିସ୍ ଲଗାଇଲେ ଜଳିବ ଦୀପ? ନା ଡାକିଆଣିବ ବିପଦ!

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଦୀପାବଳି ଆସିଲେ ଘରେ ଘରେ ଜଳେ ଦୀପ, ଆଲୋକରେ ଝଲସିଉଠେ ଘର ଅଗଣା । ହେଲେ ଦୀପ ଜଳାଇବାର ଖୁସି ଭିତରେ ଯଦି ବାରମ୍ବାର ଲିଭିଯାଏ ଦୀପ, ତେବେ ବିରକ୍ତି ଲାଗିବା ସ୍ୱାଭାବିକ । କେତେବେଳେ ପବନର ଝଟକା ତ ଆଉ କେତେବେଳେ ବଳିତାର ସମସ୍ୟା ପାଇଁ ଲିଭିଯାଏ ଦୀପ । ଆଉ ତାକୁ ପୁଣି ଜଳାଇବାରେ ଯାଏ ସମୟ । ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଟିପ୍ସ, ଯାହାକୁ ଆପଣାଇଲେ ତେଲ ସରିବା ଯାଏଁ ଜଳିବ ଦୀପ । ହେଲେ ଏହି ଟିପ୍ସ ଆପଣଙ୍କୁ କେତେ ସୁରକ୍ଷା ଦେବ, ଆଉ କେତେ ବିପଦ ଡାକିଆଣିବ, ଜାଣିବା ନିହାତି ଜରୁରୀ । ଦୀପାବଳିରେ ଦୀପକୁ ଦୀର୍ଘ ସମୟ ଜଳାଇ ରଖିବା ପାଇଁ ଏକ ଟିପ୍ସ ଭାଇରାଲ୍ ହେଉଛି । ଏଥିପାଇଁ ପ୍ରଥମେ ମାଟି ଦୀପରେ ରଖନ୍ତୁ ତୁଳା ବଳିତା । ଆବଶ୍ୟକ ଅନୁସାରେ ଦୀପରେ ତେଲ ଭରନ୍ତୁ । ଏହାପରେ ବଳିତାର ଉପର ଅଂଶରେ ନେଲ୍ ପଲିସ୍ ଲଗାଇବାକୁ କୁହାଯାଉଛି । ଦାବି ଅନୁସାରେ ଏହାଦ୍ୱାରା ଦୀପ ଦୀର୍ଘ ସମୟ ଜଳିବ । ହେଲେ ଏହି ଟିପ୍ସକୁ ଆଖି ବୁଜି ବିଶ୍ୱାସ କରିବା ଆଦୌ ଠିକ୍ ନୁହେଁ ।

Death: ମୃତ୍ୟୁ ପୂର୍ବରୁ ଭିଡିଓ କରି ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କ ଉପରେ ଆଣିଲେ ନିର୍ଯାତନା ଅଭିଯୋଗ, ଆଖି ବୁଜିଲେ ବିଜେପି ନେତାଙ୍କ ପୁଅ

 ନେଲ୍ ପଲିସ୍‌ରେ ଥିବା କିଛି ରାସାୟନିକ ପଦାର୍ଥ ଜ୍ୱଳନଶୀଳ ହୋଇପାରେ । ତେଣୁ ଜଳୁଥିବା ଦୀପର ବଳିତାରେ ନେଲ୍ ପଲିସ୍ ଲଗାଇବା ଏକ ସୁରକ୍ଷିତ ଉପାୟ ନୁହେଁ । ଏହାଦ୍ୱାରା ଅଗ୍ନିକାଣ୍ଡର ଆଶଙ୍କା ବଢ଼ିପାରେ । ତେଣୁ ଦୀପକୁ ଦୀର୍ଘ ସମୟ ଜଳାଇ ରଖିବା ପାଇଁ ନେଲ୍ ପଲିସ୍‌ର ବ୍ୟବହାର କରନ୍ତୁ ନାହିଁ । ଦୀପକୁ ଦୀର୍ଘ ସମୟ ଜଳାଇ ରଖିବା ପାଇଁ ବଳିତାର ଆକାର ଠିକ୍ ରଖନ୍ତୁ । ଅତି ଲମ୍ବା ବଳିତା ଶୀଘ୍ର ଜଳିପାରେ । ଦୀପକୁ ସମତଳ ଓ ସ୍ଥିର ସ୍ଥାନରେ ରଖନ୍ତୁ । ପବନରୁ ସୁରକ୍ଷା ପାଇଁ ଦୀପ ଚାରିପଟେ ଉପଯୁକ୍ତ ଜାଲି ବା ଆବରଣ ରଖିପାରିବେ । ହେଲେ ଜଳୁଥିବା ଦୀପକୁ କେବେ ବି ପରଦା, କପଡ଼ା ବା କାଗଜ ପାଖରେ ରଖନ୍ତୁ ନାହିଁ । ଆଉ ରାତିସାରା ଦୀପ ଜଳାଇ ରଖିବା ବଦଳରେ ଏହା ଉପରେ ନଜର ରଖନ୍ତୁ । ଦୀପାବଳିର ଆଲୋକ ଘରକୁ ଖୁସି ଆଣୁ, ବିପଦ ନୁହେଁ । ତେଣୁ ଭାଇରାଲ୍ ଟିପ୍ସ ଆପଣାଇବା ପୂର୍ବରୁ ସୁରକ୍ଷାକୁ ଦିଅନ୍ତୁ ପ୍ରଥମ ପ୍ରାଥମିକତା ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.