ARTICLE AD BOX
ପୃଥିବୀରେ ଜୀବ ସୃଷ୍ଟି ହେବା ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଧୂମକେତୁ ଦ୍ବାରା ଆସିଛି ବୋଲି ବୈଜ୍ଞାନିକମାନେ ଅନୁମାନ କରିଆସୁଛନ୍ତି। କିନ୍ତୁ, ଏ ବିଷୟରେ ହୋଇଥିବା ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ଏହା ଅସମ୍ଭବ। ମହାକାଶରେ ଧୂମକେତୁ ଗତି କରିବା ବେଳେ ତା’ ଦେହରେ ଜୀବ ତିଆରି ପାଇଁ ଥିବା ସୂକ୍ଷ୍ମ ଉପାଦାନ ବା ମଲିକ୍ୟୁଲ୍ ସବୁ ତିଷ୍ଠି ରହିପାରିବ ନାହିଁ। ଧୂମକେତୁ ଅତି ଦ୍ରୁତ ଓ ଭୀଷଣ ବେଗରେ ପୃଥିବୀ ଉପରେ ଧକ୍କା ଖାଏ। ଏହି ସୂକ୍ଷ୍ମ ଉପାଦାନ ସବୁ କ’ଣ ସେ ଧକ୍କାରେ ଅକ୍ଷୁଣ୍ଣ ରହିପାରିବେ? ଏହା ଜାଣିବାକୁ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଗବେଷକମାନେ କମ୍ପ୍ୟୁଟର୍ ସିମ୍ୟୁଲେସନ୍ ପ୍ରସ୍ତୁତ କରିଥିଲେ। ଏହାର ଫଳାଫଳ ‘ସାଇଣ୍ଟିଫିକ୍ ରିପୋର୍ଟ’ ପତ୍ରିକାରେ ପ୍ରକାଶ ପାଇଛି।
BHUରେ ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଅସ୍ମିତା ଉପରେ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଆୟୋଜନ
ଗବେଷଣା ନିବନ୍ଧର ମୁଖ୍ୟ ଲେଖକ ରିଚାର୍ଡ ଆନ୍ସ୍ଲୋ କହିଛନ୍ତି- ବହୁକାଳ ଆଗରୁ ବୈଜ୍ଞାନିକମାନଙ୍କର ମନରେ ଧାରଣା ରହିଛି ଯେ ପୃଥିବୀରେ ଜୀବ ସୃଷ୍ଟି ଲାଗି ଧୂମକେତୁ ସବୁ ଖୁବ୍ ଗୁରୁତ୍ବପୂର୍ଣ୍ଣ। କାରଣ ସେଗୁଡ଼ିକ କାର୍ବନ୍ ଓ ନାଇଟ୍ରୋଜେନ୍ ଥିବା ସୂକ୍ଷ୍ମ କଣିକା ପୃଥିବୀକୁ ଆଣିଥିଲେ। ଏ ସୂକ୍ଷ୍ମ କଣିକା ସବୁ ଜୀବ ସୃଷ୍ଟି ପାଇଁ ଖୁବ୍ ଦରକାର। ଏହା ହେଉଛି ଏକ ରୋମାଣ୍ଟିକ୍ ଆଇଡିଆ, କିନ୍ତୁ ଗବେଷଣା ଫଳାଫଳ କହୁଛି ଏହା ଅସମ୍ଭବ କଥା। ଧୂମକେତୁ ସବୁ ବରଫ ପେଣ୍ଡୁଳା। ଏଗୁଡ଼ିକ ଥଣ୍ଡାରେ ଜମିଯାଇଥିବା ବିଭିନ୍ନ ବାଷ୍ପ, ଧୂଳି ଓ ପଥରରେ ତିଆରି। ସେଥିରେ ମଲିକ୍ୟୁଲ୍ ସବୁ ଥାଏ। ସେ ମଲିକ୍ୟୁଲ୍ଗୁଡ଼ିକ ଜୀବ ସୃଷ୍ଟି ପାଇଁ ଦରକାର ହେଉଥିବା ରାସାୟନିକ ପ୍ରତିକ୍ରିୟା କରାଇଥାଇ ପାରନ୍ତି। ମାତ୍ର ଏବେ ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ମହାକାଶ ଦେଇ ସେ ଉପାଦାନଗୁଡ଼ିକୁ ଅକ୍ଷତ ଅବସ୍ଥାରେ ପୃଥିବୀକୁ ଆଣିବା ସହଜ କଥା ନୁହେଁ। ତଥାପି ଧୂମକେତୁ ଦ୍ବାରା ପୃଥିବୀକୁ ଏ ସବୁ ଉପାଦାନ ଆସିଛି କି, ନାହିଁ ଜାଣିବାକୁ ଗବେଷକମାନେ ଧୂମକେତୁରେ ଥିବା ହାଇଡ୍ରୋଜେନ୍ ସାୟାନାଇଡ୍ ପରୀକ୍ଷା କରିଥିଲେ। ସେଥିରୁ ଜଣାପଡ଼ିଲା ପୃଥିବୀରେ ପଡୁଥିବା ଧୂମକେତୁରେ ଏହା ଅତି ସାମାନ୍ୟ ପରିମାଣରେ ରହୁଛି। ତେଣୁ, ଏତେ କମ୍ ହାଇଡ୍ରୋଜେନ୍ ସାୟାନାଇଡ୍ ରାସାୟନିକ ପ୍ରତିକ୍ରିୟା ପାଇଁ ଯଥେଷ୍ଟ ନୁହେଁ।
Helicopter crash: ହେଲିକପ୍ଟର ଦୁର୍ଘଟଣାର ସମସ୍ତ ଛଅ ଜଣଙ୍କ ମରଶରୀର ଉଦ୍ଧାର

2 hours ago
2


