ARTICLE AD BOX
ଭଞ୍ଜନଗର/ଘୁ.ଉଦୟଗିରି: ଛାତିଥରା ଭୂସ୍ଖଳନରେ ନିଶ୍ଚିହ୍ନ ଗଞ୍ଜାମଜିଲ୍ଲାଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ଆଜି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ତେବେ ଏଯାବତ ୧୨ ଜଣ ନିଖୋଜଙ୍କ ପତ୍ତା ମିଳିପାରି ନାହିଁ। ଗତକାଲି ଉଦ୍ଧାରକାରୀ ଟିମ୍ ଗୋଟିଏ ଶବକୁ ଠାବ କରିଥିବା ବେଳେ ଉପରେ ବଡ଼ବଡ଼ ପଥର ଓ ମାଟି ରହିଥିବାରୁ ଉଦ୍ଧାର କରାଯାଇ ପାରି ନଥିଲା। ଏଥିସହ ପ୍ରବଳ ବର୍ଷା ବାଧକ ସାଜିଥିଲା। ଗତକାଲି ଠାବ ହୋଇଥିବା ଶବକୁ ଆଜି ଉଦ୍ଧାର କରାଯାଇଛି।
Education: ବିଜେଇଏମ୍ ସ୍କୁଲ୍-୨ରେ ‘ସୃଜନ ସଙ୍ଗମ’ ବାର୍ଷିକ ପ୍ରଦର୍ଶନୀ
ସାରା ରାଜ୍ୟର ଫୋକସ୍ରେ ଏହି ଅଚିହ୍ନା ଗାଁ ଆଜି ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମବାହିନୀଠାରୁ ଆରମ୍ଭ କରି ଏସ୍ଓଜି, ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ସାମିଲ ହୋଇଛନ୍ତି। ସେହିପରି ରେଳବାଇର ୩ଟି ଇଞ୍ଜିନିୟରିଂ ଟିମ୍ ମଧ୍ୟ ଅତ୍ୟାଧୁନିକ ଉଦ୍ଧାରକାରୀ ଯନ୍ତ୍ରପାତି ସହ କାମରେ ଲାଗିଛନ୍ତି। ନିଖୋଜମାନେ ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହରେ ଆଜି ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଇଥିଲା। ଉଦ୍ଧାର ମୃତଦେହଟି ରବି ମଲ୍ଲିକ (୫୨)ଙ୍କର ବୋଲି ଚିହ୍ନଟ ହୋଇଛି। ତେବେ ଉଦ୍ଧାରକାରୀ ଟିମ୍ ସିସ୍ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ ବ୍ୟବହାର କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ। ଭୌଗୋଳିକ ଦୃଷ୍ଟିରୁ ଉକ୍ତ ସ୍ଥାନରେ ପହଞ୍ଚିବା କଷ୍ଟକର ବ୍ୟାପାର। ପାହାଡ଼ରୁ ଖସିଥିବା ବଡ଼ ପଥର ବିସ୍ତୀର୍ଣ୍ଣ ଇଲକାରେ ଖେଳିଯାଇଛି। ମାଟିକୁ ହଟାଇବା ପାଇଁ ମେସିନ୍ ମଧ୍ୟ ବ୍ୟବହାର ସମ୍ଭବ ହେଉ ନାହିଁ। ଫଳରେ ଉଦ୍ଧାରକାରୀ ଟିମ୍କୁ ଅନେକ ଜଟିଳ ପରିସ୍ଥିତିର ସାମନା କରିବାକୁ ପଡ଼ୁଛି।
Helicopter crash: ହେଲିକପ୍ଟର ଦୁର୍ଘଟଣାର ସମସ୍ତ ଛଅ ଜଣଙ୍କ ମରଶରୀର ଉଦ୍ଧାର
ଅନ୍ୟପକ୍ଷରେ ଆଜି ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଡିଜିଙ୍କ କହିବା ଅନୁଯାୟୀ, ଭୂସ୍ଖଳନସ୍ଥଳରେ ବଡ଼ ପଥର ଓ ମାଟିଅତଡ଼ା ଜମା ହୋଇଥିବାରୁ ଖୋଳି ଉଦ୍ଧାର କରିବା ସମ୍ଭବ ହେଉନାହିଁ। ଅତ୍ୟାଧୁନିକ ଯନ୍ତ୍ରପାତି ଘଟଣାସ୍ଥଳକୁ ପହଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେଣୁ ବଡ଼ ପଥରକୁ ହଟାଇବା ପାଇଁ ‘ନିୟନ୍ତ୍ରିତ ବିସ୍ଫୋରଣ’ ବା ‘କଣ୍ଟ୍ରୋଲ୍ ବ୍ଲାଷ୍ଟ’ର ଯୋଜନା କରାଯାଉଛି। ଏହି କାର୍ଯ୍ୟରେ ରେଳ ବିଭାଗର କର୍ମଚାରୀମାନେ ମଧ୍ୟ ସାମିଲ ହେବେ। ଏହି ପଦକ୍ଷେପ ସହଜ ହୋଇ ନଥିଲେ ବି ପୂରା ଟିମ୍ ଏଥିପାଇଁ ସବୁ ପ୍ରକାର ଉଦ୍ୟମ କରିବେ। ରେଳ ବିଭାଗର ଇଞ୍ଜିନିୟରମାନଙ୍କ ଅନୁଭୂତିକୁ ନେଇ ସକାଳ ୫ଟାରେ ସମସ୍ତ ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚିବେ। ଅନ୍ୟପକ୍ଷରେ ସିସ୍ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ ମାଟି ତଳେ ହୃତ୍ସ୍ପନ୍ଦନ କିମ୍ବା ଶରୀରରେ ଉତ୍ତାପ ବା ପରିବର୍ତ୍ତନ ଘଟିଲେ ତାହାର ସୂଚନା ଦେଇଥାଏ। କିନ୍ତୁ ସେଭଳି କୌଣସି ସୂଚନା ଉକ୍ତ ଯନ୍ତ୍ର ମାଧ୍ୟମରେ ଜଣାପଡୁନାହିଁ। ତେଣୁ ପଥର, ମାଟି ହଟାଇ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ଅନ୍ୟ ପରିବାର ଲୋକଙ୍କୁ କନ୍ଧମାଳ ଜିଲ୍ଲା କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗା ଗ୍ରାମର ଏକ ସ୍କୁଲରେ ହୋଇଥିବା ଆଶ୍ରୟସ୍ଥଳରେ ରଖାଯାଇଛି। ଆଜି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ବିଡିଓ ସତ୍ୟନାରାୟଣ ମିଶ୍ର, ଏନ୍ଏସି ଇଓ ଆଶୁତୋଷ ଗୌରବ କର ପ୍ରମୁଖ କିଲାପାଙ୍ଗାରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ପରିଚାଳନାର ତଦାରଖ କରିଥିଲେ।

1 hour ago
2


