ଡିଜେଲ ଦରବୃଦ୍ଧି ୭ ଟଙ୍କାରେ ସୀମିତ ରଖାଯାଇଛି: ମୋଦୀ

58 minutes ago 2
ARTICLE AD BOX

ନୂଆଦିଲ୍ଲୀ : ପଶ୍ଚିମ ଏସିଆ ସଙ୍କଟ କାରଣରୁ ତେଲ ଦର ବଢ଼ିଯାଇଛି । ଏଥିପାଇଁ ଦେଶରେ ଡିଜେଲ ଦର ଲିଟର ପିଛା ୫୦ ଟଙ୍କା ବଢ଼ାଇବାର ଆବଶ୍ୟକତା ଥିଲା । କିନ୍ତୁ ଗ୍ରାହକଙ୍କୁ ସୁରକ୍ଷା ଦେବାପାଇଁ ସରକାର ଅଧିକାଂଶ ବୋଝକୁ ନିଜେ ବହନ କରି ଡିଜେଲ ଦରବୃଦ୍ଧିକୁ ଲିଟର ପିଛା ୭ ଟଙ୍କାରେ ସୀମିତ ରଖିଥିଲେ । ଗୁରୁବାର ଭାରତ ମଣ୍ଡପରେ ଆୟୋଜିତ ‘ଇଣ୍ଡିଆ ଟୁଡେ’ର ଭାରତ କୃଷି ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।

ଡିଜେଲ ଦରବୃଦ୍ଧି ଜନିତ ପ୍ରଭାବରୁ ଖାଉଟିଙ୍କୁ ସୁରକ୍ଷା ଦେବାପାଇଁ ସରକାରଙ୍କୁ ପ୍ରତିମାସରେ ୧୪ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ବହନ କରିବାକୁ ପଡ଼ୁଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବୃଦ୍ଧିର ପ୍ରଭାବରରୁ ପରିବାର, କୃଷକ, ପରିବହନକାରୀ ଏବଂ ବ୍ୟବସାୟକୁ ସୁରକ୍ଷା, ଦେବା ଲକ୍ଷ୍ୟରେ‌ ଏଭଳି ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Wedding: ଚର୍ଚ୍ଚାରେ କାବ୍ୟାଙ୍କ ବ୍ରାଇଡାଲ୍ ଲୁକ୍

ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପ୍ରାକୃତିକ ଚାଷ ପାଇଁ ଦୃଢ଼ ମତ ରଖିଛନ୍ତି । ଚାଷକାର୍ଯ୍ୟରେ ରାସାୟନିକ ସାମଗ୍ରୀର ବ୍ୟବହାର ଦ୍ବାରା ପୃଥିବୀ ମାତା ନଷ୍ଟ ହେଉଛି । ପୃଥିବୀ ମାତାର ଆମେ ସନ୍ତାନ । ଆମ ଆଖି ଆଗରେ ନିଜ ମାଆକୁ ହତ୍ୟା କରୁଛୁ । ରାସାୟନିକ ସାମଗ୍ରୀ ବ୍ୟବହାରରୁ ଚାଷଜମିକୁ ସୁରକ୍ଷା ଦେବାରୁ ବିଫଳ ହେଲେ ଏହାର ଗୁରୁତର ପରିଣତି ଭବିଷ୍ୟତ ପିଢ଼ି ଉପରେ‌ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ଉଦ୍‌‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ରସାୟନିକ ସାମଗ୍ରୀ ମୁକ୍ତ ଚାଷ କରିବା ପାଇଁ ଆହ୍ବାନ କରିଛନ୍ତି । ଏଥିସହିତ ଜୈବିକ ଓ ପ୍ରାକୃତିକ ଚାଷ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କରିଛନ୍ତି । ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ଗତ ୧୨ ବର୍ଷରେ ସରକାର ୧୬ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି ‌ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.