ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ

2 weeks ago 9
ARTICLE AD BOX

ପୁରୀ : ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ।  ଟାହିଆ ହଲେଇ ହଲେଇ ଆସୁଛନ୍ତି ହଳଧର ।  ବଡ଼ ଦେଉଳରୁ  ବଡ଼ ଦାଣ୍ଡ ଅଭିମୁଖେ ବଡ଼ ଠାକୁର। ପ୍ରଭୁ ବଳଭଦ୍ରଙ୍କୁ  ଦେଖିବାକୁ ଭକ୍ତଙ୍କ ଗହଣ‌େରେ ଲାଗିଛି ଠେଲାପେଲା।  ଶ୍ରୀମନ୍ଦିର ବେଢ଼ା ଓ ବଡ଼ଦାଣ୍ଡ 'ହରିବୋଲ' ଏବଂ 'ହୁଳହୁଳି' ଶବ୍ଦରେ ପ୍ରକମ୍ପିତ ହୋଇଉଠଛି ।  ଘଣ୍ଟୁଆମାନଙ୍କର ତାଳେ ତାଳେ ଘଣ୍ଟ, କାହାଳୀ ଓ ଶଙ୍ଖର ପବିତ୍ର ଧ୍ୱନି ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି  ହୋଇଛି । ଦଇତାପତି ସେବାୟତମାନେ ପ୍ରଭୁଙ୍କୁ କାନ୍ଧରେ ବୋହି ସାତପାହାଚ ଦେଇ 'ଧାଡ଼ି ପହଣ୍ଡି'ରେ ବାହାରକୁ ଆଣୁଛନ୍ତି  ବଡ଼ ଠାକୁରଙ୍କୁ ।

 ଅଧିକ ପଢନ୍ତୁ :ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ସୁଦର୍ଶନ

ପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ସୁଦୃଶ୍ୟ 'ଟାହିଆ' ପହଣ୍ଡି ସମୟରେ ଝୁଲିବା ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ  । ବଡ଼ଠାକୁରଙ୍କ ଗଜଗାମୀ ଚାଲି ଓ ତାଙ୍କର ସେହି ଭାବପୂର୍ଣ୍ଣ ଝୁଲଣା ଦେଖି ଭକ୍ତମାନେ ଭାବବିହ୍ୱଳ । ବଳଭଦ୍ର ହେଉଛନ୍ତି ଶକ୍ତି ଓ ବଳର ଅବତାର, ତେଣୁ ତାଙ୍କ ପହଣ୍ଡିରେ ଏକ ନିଆରା ଗାମ୍ଭୀର୍ଯ୍ୟ ପରିଲକ୍ଷିତ  ହୁଏ ।
ଧୀରେ ଧୀରେ ଝୁଲି ଝୁଲି ପ୍ରଭୁ ବଡ଼ଦାଣ୍ଡକୁ ଆସୁଛନ୍ତି। 'ତାଳଧ୍ୱଜ' ରଥ ଉପରେ ବିଜେ  କରି‌ବେ ବଡ଼ ଠାକୁର । ଏହି ମନୋରମ ଦୃଶ୍ୟ ଦେଖିବା ପାଇଁ  କ‌ୋଟି କ‌ୋଟି ଭକ୍ତଙ୍କ ସମାଗମ  । ବଳଭଦ୍ରଙ୍କ ପହଣ୍ଡି ଶେଷ ହେବା ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି  ଆରମ୍ଭ ହେବ । 
  

Read Entire Article
LEFT SIDEBAR AD

Hidden in mobile, Best for skyscrapers.