ARTICLE AD BOX
ମୁମ୍ବାଇ: ଛାତିରେ ଯନ୍ତ୍ରଣା ଓ ଲଗାତାର କାଶ ହେବାରୁ ଏନ୍ସିପି (ଏସ୍ପି) ମୁଖ୍ୟ ଶରଦ ପାୱାରଙ୍କୁ ଆଜି ପୁଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୮୫ ବର୍ଷୀୟ ଶରଦଙ୍କୁ ରୁବି ହଲ୍ କ୍ଲିନିକ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ତାଙ୍କ ଝିଅ ତଥା ଏନ୍ସିପି (ଏସ୍ପି)ର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଏକ୍ସରେ ଏକ ପୋଷ୍ଟ୍ କରି ସୂଚନା ଦେଇଛନ୍ତି।
ଆହୁରି ପଢନ୍ତୁ: Delhi: ଦିଲ୍ଲୀରେ ଲାଲୁଙ୍କୁ ଭେଟିଲେ ସୋନିଆ : ଫଟୋ ସେୟାର କରି ଉପା ସରକାର ସମୟର ସମ୍ପର୍କକୁ ମନେ ପକାଇଲେ ତେଜସ୍ୱୀ
ସୁଲେଙ୍କ ସୂଚନା ଅନୁଯାୟୀ, ଶରଦ ପାୱାରଙ୍କର ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅନ୍ୟପକ୍ଷରେ ରୁବି ହଲ୍ କ୍ଲିନିକ୍ର ମ୍ୟାନେଜିଂ ଟ୍ରଷ୍ଟି ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ୍ ଶୀଘ୍ର ସୁଧୁରିବ ବୋଲି ଆଶା ପ୍ରକାଶ କରିଛନ୍ତି। ତେବେ ତାଙ୍କୁ ଏବେ ଡାକ୍ତରୀ ନିରୀକ୍ଷଣରେ ରଖାଯିବ ବୋଲି ହସ୍ପିଟାଲର ମୁଖ୍ୟ ହୃଦ୍ରୋଗ ବିଶେଷଜ୍ଞ ଡା. ପରଭେଜ କେ. ଗ୍ରାଣ୍ଟ କହିଛନ୍ତି।

51 minutes ago
3


