ARTICLE AD BOX
ଭୁବନେଶ୍ବର: ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫେସର ଡା ଅଶୋକ କୁମାର ମହାପାତ୍ର(୭୪)ଙ୍କର ଆଜି (ସୋମବାର) ରାତିରେ ଦିଲ୍ଲୀ ଏମ୍ସରେ ପରଲୋକ ହୋଇଯାଇଛି।
ପ୍ରଫେସର ଅଶୋକ ମହାପାତ୍ର ହେଲେ ସୋଆ ବିଶ୍ବବିଦ୍ୟାଳୟର କୁଳପତି
ମିଳିଥିବା ସୂଚନାରେ, ଡା ମହାପାତ୍ର ମସ୍ତିଷ୍କ କର୍କଟରେ ଆକ୍ରାନ୍ତ ଥିଲେ। ସେପ୍ଟେମ୍ବର ୨୭ତାରିଖରେ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଅକ୍ଟୋବର ୫ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।
ଏସ୍ସିବିରେ ଜଗାବଳିଆଙ୍କ ପାଇଁ ପ୍ରସ୍ତୁତି : ନ୍ୟୁରୋସର୍ଜରୀ ବିଭାଗରେ ଭର୍ତ୍ତିହେବେ, ଗଠନ ହେଲା ୬ ଜଣିଆ ଡାକ୍ତରୀ ଦଳ
ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କର ଅବଦାନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣି ଦେଇଥିଲା। ୧୯୫୨ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିବା ଡା. ମହାପାତ୍ର ୧୯୭୦ ମସିହାରେ ଏମ୍କେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ। ସେଠାରୁ ଏମ୍ବିବିଏସ ସମ୍ପୂର୍ଣ୍ଣ କରିବା ପରେ ଏମ୍ସ, ନୂଆଦିଲ୍ଲୀରୁ ନ୍ୟୁରୋ ସର୍ଜରିରେ ଏମ୍ଏସ୍ ଓ ଏମ୍ସିଏଚ୍ କରିଥିଲେ। ୧୯୮୩ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଏମ୍ସରେ ନ୍ୟୁରୋ ସର୍ଜରିର ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ୨୦୦୬ ମସିହାରେ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ଲକ୍ଷ୍ନୌର ନିର୍ଦ୍ଦେଶକ ଓ ଭୁବନେଶ୍ବର, ଏମ୍ସର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ। ଦିଲ୍ଲୀସ୍ଥିତ ଏମ୍ସରେ ପ୍ରାୟ ୪୨ ବର୍ଷ ଅତିବାହିତ କରିବା ପରେ ରିସର୍ଚ୍ଚ ଡିନ୍ ଭାବେ ଅବସର ଗ୍ରହଣ କରିଥିଲେ। ଏହାସହ ଭୁବନେଶ୍ବରସ୍ଥିତ ସୋଆ ବିଶ୍ବବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ।
ସତର୍କ ନ ହେଲେ, ଫେରିପାରେ କରୋନା: ଡା. ଅଶୋକ ମହାପାତ୍ର
ନିଜର କାର୍ଯ୍ୟକାଳ ଭିତରେ ସେ ୮୦ଟି ଗବେଷଣାପତ୍ର ପ୍ରକାଶ କରିଛନ୍ତି। ୧୨ରୁ ଅଧିକ ପିଏଚ୍ଡି ଛାତ୍ରଙ୍କୁ ମାର୍ଗଦର୍ଶନ କରିଥିଲେ। ୧୯୯୮-୨୦୦୮ ମସିହା ଦେଶରେ ତୃତୀୟ ସର୍ବୋଚ୍ଚ ଚିକିତ୍ସା ପ୍ରକାଶନ ଓ ଏମ୍ସରେ ସର୍ବାଧିକ ସଂଖ୍ୟକ ପ୍ରକାଶନ ତାଙ୍କର ନାଁରେ ରହିଥିଲା। ୨୦୧୯-୨୦୨୩ ମସିହା ମଧ୍ୟରେ ବିଶ୍ୱର ୨% ବୈଜ୍ଞାନିକ, ବିଶ୍ୱର ୫% ସ୍ନାୟୁ ବିଜ୍ଞାନୀ ଓ ବିଶ୍ୱରେ ୧% ଶିଶୁ ସ୍ନାୟୁ ଶଲ୍ୟ ଚିକିତ୍ସକଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ପାକସ୍ଥଳୀକୁ ଆମେ ଡଷ୍ଟବିନ୍ କରିଛେ: ଡା. ଅଶୋକ ମହାପାତ୍ର
ନୂଆଦିଲ୍ଲୀ, ଏମ୍ସରେ ଥିବା ସମୟରେ ୨୦୧୭ ମସିହାରେ ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଜଟିଳ ଅସ୍ତ୍ରୋପଚାର ଜରିଆରେ ଅଲଗା କରିବାରେ ଡା.ମହାପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ୨୦୨୦ ମସିହା ଲିମ୍କା ବୁକ୍ ଅପ୍ ରେକର୍ଡରେ ତାଙ୍କୁ ସ୍ଥାନ ମିଳିଥିଲା। ସେହିପରି ଡା.ମହାପାତ୍ର ଏମ୍ସ, ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ। ତାଙ୍କର ୨୦୧୨-୨୦୧୬ ଅବଧିରେ ଏମ୍ବିବିଏସ, ବିଏସ୍ସି (ନର୍ସିଂ ଅନର୍ସ), ପିଜି ଓ ଡିଏମ୍, ଏମଚିଏଚ୍ ଆରମ୍ଭ କରାଯାଇଥିଲା। ୨୦୧୫ ମସିହାରେ ଏମ୍ସ, ଭୁବନେଶ୍ୱରରେ ବିଏସ୍ସି (ଅନର୍ସ) ମେଡିକାଲ ଟେକ୍ନୋଲୋଜି ମଧ୍ୟ ଆରମ୍ଭ ହୋଇଥିଲେ। ସେ ନ୍ୟୁରୋଲୋଜିକାଲ ସର୍ଜନ ସୋସାଇଟି ଅଫ୍ ଇଣ୍ଡିଆ ପ୍ରତିଷ୍ଠାତା ସଭାପତି, ଇଣ୍ଡିଆନ ସୋସାଇଟି ଅଫ୍ ପେରିଫେରାଲ ନର୍ଭ ସର୍ଜରି ଆରମ୍ଭ କରିଥିଲେ। ଦେଶରେ ଶିଶୁରୋଗ ନ୍ୟୁରୋ ସର୍ଜରି, ନ୍ୟୁରୋ ଟ୍ରମା ଓ ସ୍କଲ୍ ବେସ ସର୍ଜନ ସୋସାଇଟି ଓ ପେରିଫେରାଲ ନର୍ଭ ସର୍ଜର ବିକାଶରେ ତାଙ୍କର ବହୁତ ବଡ଼ ଯୋଗ ରହିଥିଲା। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅସାଧାରଣ ସଫଳତା ପାଇଁ କେନ୍ଦ୍ର ସରକାର ଗତବର୍ଷ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।

55 minutes ago
2


