କମିଯାଉଛି ଉଚ୍ଚାରିତ ଶବ୍ଦ ସଂଖ୍ୟା

1 week ago 6
ARTICLE AD BOX

ରାସ୍ତାରେ ପରିଚିତ ପଡ଼ୋଶୀଙ୍କୁ ଅଟକାଇ ଦୁଇପଦ କଥା ହେବା, ଦୋକାନୀଙ୍କୁ କିଛି ପଚାରିବା ବା ଚା’ ଖଟିରେ ଆଲୋଚନା କରିବା- ଏଭଳି ଛୋଟ ଛୋଟ କଥାବାର୍ତ୍ତାର ଅବସର ଆମ ଜୀବନରୁ କମିଚାଲିଛି। କାମ ସବୁ ସୁବିଧାରେ ହୋଇଯାଉଛି, କିନ୍ତୁ ଶବ୍ଦ ଉଚ୍ଚାରଣ କମୁଛି। ଆମେରିକା, ୟୁରୋପ୍‌ ଓ ଅଷ୍ଟ୍ରେଲିଆର ୨୨ଟି ଅଧ୍ୟୟନର ତଥ୍ୟ ବିଶ୍ଳେଷଣ କରି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ୨୦୦୫ରୁ ୨୦୧୯ ମଧ୍ୟରେ ଲୋକଙ୍କ ଦୈନିକ କଥିତ ଶବ୍ଦ ବ୍ୟବହାର ପ୍ରାୟ ୨୮ ପ୍ରତିଶତ କମିଛି। ଦୈନନ୍ଦିନ ଶବ୍ଦ ଉଚ୍ଚାରଣର ପରିମାଣ ବର୍ଷକୁ ୩୩୮ଟି ଶବ୍ଦ ହାରରେ କମିବାରେ ଲାଗିଛି। ୨୫ ବର୍ଷରୁ କମ୍‌ ବୟସ୍କଙ୍କ ମଧ୍ୟରେ ଏହି ହ୍ରାସ ଆହୁରି ତୀବ୍ର। 

High Court: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୟ ଅଗ୍ରୱାଲ

ପ୍ରଯୁକ୍ତି ଆମ ଜୀବନରୁ କଥାବାର୍ତ୍ତାର ଅନେକ ସୁଯୋଗ କାଢ଼ି ନେଇଛି। ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର୍‌ ହେଉଛି, ମଲ୍‌େର ସେଲ୍‌ଫ-ଚେକ୍‌ଆଉଟ୍‌ରେ ବିଲ୍‌ ହେଉଛି, ମ୍ୟାପ୍‌ ରାସ୍ତା ଦେଖାଉଛି। ଏପରିକି ମତଭେଦ ହେଲେ ମଣିଷ ମଣିଷ ସହ ଆଲୋଚନା କରିବା ବଦଳରେ ଏଆଇକୁ ପଚାରୁଛି। ଆମେ ମେସେଜ୍‌, ଇ-ମେଲ୍‌, ଭିଡିଓ କଲ୍‌, ଭଏସ୍‌ ନୋଟ୍‌ ଓ ସୋସିଆଲ୍‌ ମିଡିଆ ମାଧ୍ୟମରେ ନିରନ୍ତର ଯୋଗାଯୋଗ କରୁଛୁ। କିନ୍ତୁ ମୁହାଁମୁହିଁ କମ୍‌ କଥା କହୁଛୁ। ବିଶେଷଜ୍ଞଙ୍କ ମତରେ ଭାଷା କେବଳ ତଥ୍ୟ ଆଦାନପ୍ରଦାନ ପାଇଁ ଜନ୍ମ ନେଇ ନଥିଲା। କାହାଣୀ କହିବା, ଥଟ୍ଟାମଜା କରିବା, ଅନୁଭୂତି ଓ ଅନ୍ୟମାନଙ୍କ ଜୀବନ ବିଷୟରେ କଥା ହେବା ମାଧ୍ୟମରେ ମଣିଷ ସମ୍ପର୍କ ଗଢ଼େ। ତେଣୁ ମୁହାଁମୁହିଁ କଥାବାର୍ତ୍ତାର ଅଭ୍ୟାସ କମିବା ଦ୍ବାରା ସାମାଜିକ ଦକ୍ଷତା ମଧ୍ୟ ପ୍ରଭାବିତ ହେଉଛି। ଏହି ପରିବର୍ତ୍ତନ ପଛରେ ଟେକ୍ନୋଲୋଜି ବ୍ୟତୀତ ସମାଜର ଗଠନ ମଧ୍ୟ ଦାୟୀ। ଯୌଥ ପରିବାର କମିଛି, ଲୋକେ ଏକୁଟିଆ ରହୁଛନ୍ତି, ଭାଇଭଉଣୀଙ୍କ ସଂଖ୍ୟା କମିଛି। ସାମାଜିକ ଆୟୋଜନ ଓ ସମ୍ପ୍ରଦାୟଭିତ୍ତିକ ମିଳାମିଶା ମଧ୍ୟ ଅନେକ ସ୍ଥାନରେ କମିଛି। କୋଭିଡ୍‌-୧୯ ମହାମାରୀ ଏହି ଦୂରତାକୁ ଆହୁରି ବଢ଼ାଇଦେଇଛି।

Horoscope 2026 September 07: ଜାଣନ୍ତୁ ଆଜିର ରାଶିଫଳ

କମ୍ କଥା ହେବାର ଏକ ବଡ଼ ପ୍ରଭାବ ସ୍ବରୂପ ଏକଲାପଣ ବଢୁଛି। ପୁଣି ଏଆଇ ଯୋଗୁଁ ଆଜି ଅନେକ ଯୁବକଯୁବତୀ ଆବେଗିକ ସମ୍ପର୍କ ଓ ପରାମର୍ଶ ପାଇଁ ମଧ୍ୟ ଚାଟ୍‌ବଟ୍‌ ସହ କଥା ହେଉଛନ୍ତି। ଗବେଷକଙ୍କ ମତରେ ମଣିଷର ଖୁସି ଓ ଶାରୀରିକ-ମାନସିକ ସୁସ୍ଥତାର ଏକ ବଡ଼ ସୂଚକ ହେଉଛି ତା’ର ଘନିଷ୍ଠ ସମ୍ପର୍କର ସଂଖ୍ୟା ଓ ଗୁଣବତ୍ତା। ତେଣୁ ପଡ଼ୋଶୀ, ସହକର୍ମୀ, ବନ୍ଧୁବାନ୍ଧବ କିମ୍ବା ଅଜଣା ଲୋକଙ୍କ ସହ ଦିନକୁ ଆଉ ଅଧିକ କିଛି ମିନିଟ୍‌ କଥା ହେବା ସମସ୍ତଙ୍କ ପାଇଁ ଉପକାରୀ ହୋଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.