ARTICLE AD BOX
ନୂଆଦିଲ୍ଲୀ: ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୨୬ ଜୁନ୍ରୁ ଅଗଷ୍ଟ ମଧ୍ୟରେ ଭାରତରେ ବିଶ୍ୱର ସର୍ବାଧିକ ୧୧.୭ କୋଟି ଲୋକ ୩୦ ଦିନରୁ ଅଧିକ ସମୟ ବିପଜ୍ଜନକ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହୋଇଛନ୍ତି। ଆମେରିକା ଭିତ୍ତିକ ଗବେଷଣା ସଂସ୍ଥା ‘କ୍ଲାଇମେଟ୍ ସେଣ୍ଟ୍ରାଲ୍’ର ଏକ ବିଶ୍ଳେଷଣରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ଦେଶର ୫୯ଟି ସହରକୁ ନେଇ କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ, ଶ୍ରୀନଗରରେ ସର୍ବାଧିକ ୫୩ ଦିନ ଅତିରିକ୍ତ ଉତ୍ତାପ ବୃଦ୍ଧି ପାଇଥିବା ବେଳେ ଚେନ୍ନାଇରେ ୪୦, ରାଜକୋଟ୍ ଓ ଅମୃତସରରେ ୨୯ ଦିନ ଲେଖାଏଁ ଏବଂ ଲକ୍ଷ୍ନୌରେ ୨୭ ଦିନ ବିପଦପୂର୍ଣ୍ଣ ଗ୍ରୀଷ୍ମ ଅନୁଭୂତ ହୋଇଛି।
ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ କାରଣରୁ ଚେନ୍ନାଇରେ ୩୦ ଦିନ, ଶ୍ରୀନଗରରେ ୨୯ ଦିନ, ତିରୁଚିରାପଲ୍ଲୀରେ ୨୯ ଦିନ ଏବଂ ମଦୁରାଇରେ ୨୩ ଦିନ ଅତିରିକ୍ତ ସାଂଘାତିକ ଖରା ରେକର୍ଡ କରାଯାଇଛି। ମୁମ୍ବାଇରେ ସର୍ବାଧିକ ୮୬ ଦିନ ତାପମାତ୍ରା ଉପରେ ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡ଼ିଥିଲା। ୧୯୯୧-୨୦୨୦ ସମୟସୀମା ତୁଳନାରେ ୯୦ ପ୍ରତିଶତରୁ ଅଧିକ ଗରମ ଦିନଗୁଡ଼ିକୁ ଏହି ବିପଜ୍ଜନକ ତାଲିକାରେ ରଖାଯାଇଛି, ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ।
ଆହୁରି ପଢନ୍ତୁ :Supremecourt: ମହିଳା ହୋଇଥିବାରୁ ଚାକିରି ନ ମିଳିବା ପ୍ରସଙ୍ଗ: ଆଇଓସିକୁ ୧୨ ଲକ୍ଷ କ୍ଷତିପୂରଣ ଦେବାକୁ କହିଲେ ସୁପ୍ରିମ୍କୋର୍ଟ
ଏହି ତିନି ମାସ ମଧ୍ୟରେ ଜଣେ ହାରାହାରି ଭାରତୀୟ ନାଗରିକ ୩୯ ଦିନ ପ୍ରଚଣ୍ଡ ଉତ୍ତାପ ଅନୁଭବ କରିଛନ୍ତି, ଯାହା ‘କ୍ଲାଇମେଟ୍ ସିଫ୍ଟ ଇଣ୍ଡେକ୍ସ’(ସିଏସ୍ଆଇ) ସ୍ତର ୨ କିମ୍ବା ତା’ଠାରୁ ଅଧିକ। ଏହି ସମୟ ମଧ୍ୟରେ ଭାରତର ହାରାହାରି ତାପମାତ୍ରା ୧୯୯୧-୨୦୨୦ ବାର୍ଷିକ ହାରାହାରି ତୁଳନାରେ ୦.୭ ଡିଗ୍ରି ସେଲ୍ସିୟସ୍ ଅଧିକ ରହିଥିଲା।
ଆହୁରି ପଢନ୍ତୁ :UN: ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଜରୁରୀ: ମହାସଚିବ
ବିଶ୍ୱସ୍ତରରେ ୧୫୦ କୋଟିରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଅତି କମ୍ରେ ଗୋଟିଏ ମାସ ବିପଜ୍ଜନକ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହୋଇଛନ୍ତି। ପ୍ରତିଦିନ ବିଶ୍ୱ ଜନସଂଖ୍ୟାର ଏକ-ଚତୁର୍ଥାଂଶରୁ ଅଧିକ ଲୋକ ସ୍ଥାନୀୟ ତାପମାତ୍ରା ଉପରେ ପ୍ରଚଣ୍ଡ ଜଳବାୟୁ ପ୍ରଭାବ ଅନୁଭବ କରିଥିଲେ। ଏସିଆ ମହାଦେଶରେ ଏହାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଛି। ୧୧.୭ କୋଟି ପ୍ରଭାବିତ ଜନସଂଖ୍ୟା ସହ ଭାରତ ଶୀର୍ଷରେ ଥିବା ବେଳେ ୯.୪ କୋଟି ଲୋକଙ୍କ ସହ ଚୀନ୍ ଦ୍ୱିତୀୟ ଏବଂ ୮.୩ କୋଟି ଲୋକଙ୍କ ସହ ଇଣ୍ଡୋନେସିଆ ତୃତୀୟ ସ୍ଥାନରେ ରହିଛି।
ଆହୁରି ପଢନ୍ତୁ :Trump: ଟ୍ରମ୍ପଙ୍କ ଦୁଇ ପୁଅଙ୍କ କମ୍ପାନିର ପାକିସ୍ତାନ ସେନା ସହ ଡ୍ରୋନ୍ ଚୁକ୍ତି
‘ୟୁନାଇଟେଡ୍ ନେସନ୍ସ ଫ୍ରେମୱାର୍କ କନ୍ଭେନ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ’ର କାର୍ଯ୍ୟନିର୍ବାହୀ ସଚିବ ସାଇମନ୍ ଷ୍ଟିଲ୍ କହିଛନ୍ତି ଯେ, କୋଇଲା, ତୈଳ ଓ ଗ୍ୟାସ୍ ଜାଳେଣି ଉପରେ ମାନବସମାଜର ନିର୍ଭରଶୀଳତା ଯୋଗୁଁ ଜଳବାୟୁ ସଙ୍କଟ ବୃଦ୍ଧି ପାଉଛି ଏବଂ ୧୦୦ କୋଟିରୁ ଅଧିକ ଲୋକ ଅତିରିକ୍ତ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହେବା ଏହାର ସାଂଘାତିକ ପରିଣାମକୁ ଦର୍ଶାଉଛି।

1 hour ago
1


