ARTICLE AD BOX
କଥା କଥାରେ ଏମିତିଆ କଥା କହୁଥିବା ଲୋକଙ୍କ ସଂଖ୍ୟା ଆଜିକା ଦୁନିଆରେ ଢେର୍ ବେଶି। ଏଭଳି ଲୋକ ଗାଁ ଗଣ୍ଡା, ସହର ବଜାର ସବୁଠି ଅଛନ୍ତି। ଆପଣ ଯଦି ଭାବୁଥିବେ ଯେ, ଯାହା ପାଖରେ ଧନ ଅଛି, କ୍ଷମତା ବା ପ୍ରତିପତ୍ତି ଅଛି, କେବଳ ସେହି ଧରଣର ବ୍ୟକ୍ତିମାନେ ହିଁ ଏପ୍ରକାର ବାକ୍ୟ ଉଚ୍ଚାରଣ କରିପାରିବେ, ସେକଥା ଭୁଲ୍। ଯାହା ପାଖରେ ଫଟା ପାହୁଲାଟିଏ ନାହିଁ, ଘରଦ୍ୱାର ନାହିଁ କି ବନ୍ଧୁବାନ୍ଧବ ନାହାନ୍ତି ବା ଯିଏ କୌଣସି ପ୍ରକାର ବିଶେଷ ଗୁଣର ଅଧିକାରୀ ବି ନୁହେଁ, ସେହି ଧରଣର ବ୍ୟକ୍ତିଙ୍କ ମୁହଁରୁ ମଧ୍ୟ ଏପ୍ରକାର ବାକ୍ୟ ବାହାରୁଥିବାର ଯେ କେହି ଦେଖିଥିବେ।
Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା
ନିଜ ଭିତରେ ଉତ୍ତାଳ ତରଙ୍ଗର ଲହଡ଼ି ଭାଙ୍ଗୁଥିବା ଅହଂକାରକୁ ଅନ୍ୟ ଆଗରେ ପ୍ରଦର୍ଶନ କରିବାର ଶ୍ରେଷ୍ଠ ମାଧ୍ୟମ ବୋଧେ ଏ ବାକ୍ୟଠାରୁ ଆଉ କିଛି ନାହିଁ। ମଣିଷ ପାଖରେ ଧନର ଆଧିକ୍ୟ ହୋଇଗଲେ ସେ ଅନ୍ୟ ମଣିଷକୁ ମଣିଷ ପରି ଦେଖେନା। ପ୍ରକୃତ କଥା ହେଉଛି, ଧନର ଆଧିକ୍ୟକୁ ସମସ୍ତେ ସମ୍ଭାଳି ପାରନ୍ତି ନାହିଁ। କୋଟି କୋଟି ଟଙ୍କାର ବ୍ୟାଙ୍କ୍ ବାଲାନ୍ସ ଥାଇ ବି ଅନେକ ଲୋକ ଖୁବ ଭଦ୍ର ଆଉ ନମ୍ର ହୋଇଥା’ନ୍ତି। କିନ୍ତୁ କିଛି ବ୍ୟକ୍ତିଙ୍କ ପାଖେ ଟଙ୍କା ଲକ୍ଷେ ହୋଇଗଲେ, ସେମାନେ ପାଞ୍ଚ ଲକ୍ଷ ଟଙ୍କାର କଥା କହି ବସନ୍ତି। ତାଙ୍କ ଆଡ଼ମ୍ବର ଯେ କାହିଁରେ କ’ଣ! ଏଇ ଧରଣର ବ୍ୟକ୍ତି କିମ୍ବା ଧନଗର୍ବୀ ବ୍ୟକ୍ତି କଥା ପ୍ରସଙ୍ଗରେ ହିଁ କହି ବସନ୍ତି- ‘ମୁଁ କାଉଁରିଆ କାଠି, ଭାଙ୍ଗିଯିବି ପଛେ ନଇଁବି ନାହିଁ।’
କିନ୍ତୁ ଏ’ଠି ଗୋଟିଏ ପ୍ରଶ୍ନ ଉଠେ, ନ ନଇଁବା କ’ଣ ସବୁବେଳେ ଗର୍ବର କଥା? ଆଦୌ ନା। ନଇଁବା ଓ ଭାଙ୍ଗିଯିବା ମଧ୍ୟରେ ଯେଉଁ ସୂକ୍ଷ୍ମ ପାର୍ଥକ୍ୟଟି ରହିଛି, ତାହା ବୁଝିବା ହିଁ ଜୀବନର ବଡ଼ଶିକ୍ଷା। ଶ୍ରୀମଦ୍ଭଗବଦ୍ଗୀତାରେ ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- ‘ଅମାନିତ୍ୱମଦମ୍ଭିତ୍ୱମହିଂସା କ୍ଷାନ୍ତିରାର୍ଜବମ୍।’ ଅର୍ଥାତ୍, ମନରେ ଆଶା ନ ରଖିବା, କ୍ଷମାଶୀଳ ହେବା ଓ ସରଳ ହେବା- ଏସବୁ ହେଉଛି ଜ୍ଞାନୀ ମଣିଷର ଲକ୍ଷଣ। ଅର୍ଥାତ୍ ନିଜକୁ ବଡ଼ ଦେଖାଇବା ନୁହେଁ, ନିଜ ମହତ୍ତ୍ୱକୁ ଅନ୍ୟ ଉପରେ ଲଦିଦେବା ନୁହେଁ, ବରଂ ନିଜ ଶକ୍ତି ଥାଇ ମଧ୍ୟ ନମ୍ର ରହିବା ହିଁ ମଣିଷର ପ୍ରକୃତ ମହତ୍ତ୍ୱ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି- ‘ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ। ଅହଙ୍କାରବିମୂଢାତ୍ମା କର୍ତ୍ତାହମିତି ମନ୍ୟତେ।’ ଅର୍ଥାତ୍, ପ୍ରକୃତିର ଗୁଣ ଦ୍ୱାରା ସମସ୍ତ କର୍ମ ସମ୍ପାଦିତ ହୁଏ, କିନ୍ତୁ ଅହଂକାରରେ ମୋହଗ୍ରସ୍ତ ମଣିଷ ‘ମୁଁ ହିଁ କର୍ତ୍ତା’ ବୋଲି ଭାବେ। ଆଉ କିଛି ବ୍ୟକ୍ତି ଯଶ, ସମ୍ମାନ ବା କ୍ଷମତାରେ ଅନ୍ୟ ସମଧର୍ମୀମାନଙ୍କଠାରୁ ଟିକେ ଉଚ୍ଚରେ ଥାଆନ୍ତି। କବି, ସାହିତ୍ୟିକ, ଓକିଲ, କଳାକାର, ଚିକିତ୍ସକ- ଏସବୁ ଗୁଣ ଯୋଗୁଁ ସଂସାରରେ ଜଣେ ପ୍ରଶଂସା ପାଇଥାଏ।
Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ
ଏହା ମଧ୍ୟ ଅନେକଙ୍କ ମନରେ ଅହଂକାର ସୃଷ୍ଟି କରିଥାଏ। କିନ୍ତୁ ଯେଉଁମାନେ ପ୍ରକୃତ ତତ୍ତ୍ୱକୁ ବୁଝନ୍ତି, ସେମାନେ ନମ୍ର ହୁଅନ୍ତି। ଲୋକେ ଏ ଧରଣର ଗୁଣବାନ ବ୍ୟକ୍ତିଙ୍କୁ ଦେବତା ଆସନରେ ବସାଇ ପୂଜା କରନ୍ତି। ଧରନ୍ତୁ, ମୁଁ ଜଣେ ଭଲ ଚିକିତ୍ସକ। ସଂସାରରେ ମୋ ନାଁ ଅଛି। କିନ୍ତୁ ଏହାକୁ ନେଇ ଗର୍ବ କରିବା ଆଦୌ ଉଚିତ ନୁହେଁ। କାରଣ ମୋ ଭଳି ଅନେକ ଡାକ୍ତର ସଂସାରରେ ଅଛନ୍ତି। ସମସ୍ତେ ମୋ ଭଳି ପ୍ରଶଂସାର ପାତ୍ର ନହୋଇପାରନ୍ତି। ଚିନ୍ତା କରିବା ଦରକାର, ଏ ଗୁଣଟି ମୋତେ ଦେଇଛି କିଏ? ସେଇ ପରମାତ୍ମା। ତେଣୁ ଯେଉଁ ଗୁଣ ଈଶ୍ୱରଙ୍କ ଦାନ, ତାକୁ ନେଇ ମଣିଷ ଯଦି ଈଶ୍ୱରଙ୍କଠାରୁ ନିଜକୁ ବଡ଼ ଭାବିବାକୁ ଆରମ୍ଭ କରେ, ତେବେ ବଡ଼ ଅଜ୍ଞାନତା ଆଉ କ’ଣ ହୋଇପାରେ? ମୋ ଗୁଣକୁ ନେଇ ମୁଁ ଯଦି ଅହଂକାରୀ ହେଲି, ଅନୀତି କଲି, ତେବେ ଈଶ୍ୱର ନିଶ୍ଚେ ମୋର ସେହି କଳା, ପ୍ରତିଭା ଓ ପ୍ରତିଷ୍ଠାକୁ ହରଣ କରିନେଇପାରନ୍ତି। କାରଣ ଆମକୁ ଯେଉଁ ପ୍ରତିଭା ମିଳିଛି, ତା’ର ଅଧିକାରୀ ଆମେ ନୁହେଁ, ଆମେ କେବଳ ଧାରକ ମାତ୍ର- ଏହି ଭାବନା ରହିଲେ ମଣିଷ ବାଟ ଭୁଲିବ ନାହିଁ। ମଣିଷର ମହତ୍ତ୍ୱ ତା’ର ନଇଁ ନ ପାରିବାରେ ନୁହେଁ, ଠିକ୍ ସମୟରେ, ଠିକ୍ ଲୋକଙ୍କ ଆଗରେ ଏବଂ ଠିକ୍ କାରଣ ପାଇଁ ନଇଁ ପାରିବାରେ ହିଁ ତା’ର ମହତ୍ତ୍ୱ ନିହିତ ଥାଏ।
ଅନ୍ୟାୟ ଆଗରେ ନ ନଇଁବା ହେଉଛି ସାହସl କିନ୍ତୁ ଈଶ୍ୱର, ଗୁରୁ ଓ ସନ୍ଥଙ୍କ ଆଗରେ ନଇଁବା ହେଉଛି ସଂସ୍କାର। ତେଣୁ ‘ମୁଁ କାଉଁରିଆ କାଠି, ନଇଁଯିବି ନାହିଁ’- ଏହାକୁ ଅହଂକାରର ପରିଚୟ ନ କରି, ଆମେ ଏମିତି କହିବା- ‘ଅନ୍ୟାୟ ଆଗରେ ନଇଁବି ନାହିଁ, କିନ୍ତୁ ଈଶ୍ୱର ବା ସତ୍ୟ ଆଗରେ ମୁଣ୍ଡ ନୁଆଁଇବାରେ ମୋର ସଙ୍କୋଚ ନାହିଁ।’

3 weeks ago
7


