ଅନ୍ତଃରାଜ୍ୟ ମାନବ ଚାଲାଣ ରୢାକେଟ୍‌ ଠାବ: ନାବାଳିକା ଓ ମହିଳାଙ୍କୁ ବିକ୍ରି

1 month ago 14
ARTICLE AD BOX

ମୋହନା: ଚାକିରି ପ୍ରଲୋଭନ ଦେଖାଇ ନାବାଳିକା ଓ ଯୁବତୀଙ୍କୁ ହାଇଦ୍ରାବାଦ ନିଆଯାଉଥିଲା। ସେଠାରେ ଅକଥନୀୟ ଶାରୀରିକ ଓ ମାନସିକା ନିର୍ଯାତନା ଦିଆଯିବା ସାଙ୍ଗକୁ ଦେହ ବ୍ୟବସାୟରେ ଲିପ୍ତ ରହିବାକୁ ବାଧ୍ୟ କରାଯାଉଥିଲା। ଏକ ନିଖୋଜ ମାମଲାର ତଦନ୍ତ ବେଳେ ଗଜପତିଜିଲ୍ଲା ଅଡ଼ବା ଥାନା ପୁଲିସ ଏହି ଅନ୍ତଃରାଜ୍ୟ ମାନବ ଚାଲାଣ ରୢାକେଟ୍‌କୁ ଠାବ କରିଛି। ଏକ ସ୍ବତନ୍ତ୍ର ଛଅଜଣିଆ ଟିମ୍‌ ହାଇଦ୍ରାବାଦ ପୁଲିସ ସହଯୋଗରେ ୬ ଜଣ ନାବାଳିକା ଓ ଜଣେ ମହିଳାଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଉଦ୍ଧାର କରିଛି। ରୢାକେଟରେ ସଂପୃକ୍ତ ଦୁଇ ଦଲାଲ୍ ରାୟଗଡ଼ାର ଈଶ୍ୱର କୁସୁଲିଆ ଏବଂ ହାଇଦ୍ରାବାଦର ଚନ୍ଦ୍ରା ଓରଫ ସରିତା ଜୈନ ନାମକ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଉ କେଉଁମାନଙ୍କର ସଂପୃକ୍ତି ରହିଛି, ଏନେଇ ତଦନ୍ତ ଜାରି ରହିଥିବା ରା.ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁ କହିଛନ୍ତି।

Mobile Tower: ଛାତ ଉପରେ ଅସୁରକ୍ଷିତ ମୋବାଇଲ ଟାୱାର; ସୁରକ୍ଷା ପ୍ରତି ପ୍ରଶ୍ନବାଚୀ

ଚାକିରି ନାମରେ ଦେହ ବ୍ୟବସାୟ ପାଇଁ ଧମକ
୬ ନାବାଳିକାଙ୍କ ସମେତ ୭ ଉଦ୍ଧାର

ଅଭିଯୁକ୍ତ ଈଶ୍ୱର ନାବାଳିକା ଓ ଯୁବତୀଙ୍କୁ ବିଭିନ୍ନ କର୍ମସଂସ୍ଥାନରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ନେଉଥିଲା। କିନ୍ତୁ ଚାକିରି ବଦଳରେ ସରିତା ପାଖରେ ୭୦ହଜାର ଟଙ୍କାରେ ବିକି ଦେଉଥିଲା। ଅଡ଼ବା ଥାନାରେ ଜଣେ ଯୁବତୀଙ୍କ ନିଖୋଜ ନେଇ ତାଙ୍କ ଭଉଣୀ ଏତଲା ଦେବା ପରେ ତଦନ୍ତ ବେଳେ ପୁଲିସ ଏହି ରୢାକେଟ୍‌ ବିଷୟରେ ଜାଣିପାରିଥିଲା। ରା.ଉଦୟଗିରି ଏସ୍‌ଡିପିଓଙ୍କ ତତ୍ତ୍ୱାବଧାନରେ ପୁଲିସ ହାଇଦ୍ରାବାଦରେ ସରିତାର ବାସଭବନରେ ଚଢ଼ଉ କରି ସମସ୍ତଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟମାନଙ୍କୁ ଧରିବା ଲାଗି ପୁଲିସ ତନାଘନା ଆରମ୍ଭ କରିଛି।

Child Abuse: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.