Youth Swept Away ନଦୀ ସୁଅରେ ଭାସି ଯୁବକ ନିଖୋଜ

4 days ago 6
ARTICLE AD BOX

ବାଙ୍କୀ : ଆଜି (ରବିବାର) ଅପରାହ୍ନ ସମୟରେ କଟକଜିଲ୍ଲା ବାଙ୍କୀ ମହାନଦୀ ପଠାର ଘୋଡ଼ାବର ନଦୀ ତୁଠରେ ଗାଧୋଉଥିଵା ବେଳେ ଜଣେ ଯୁବକ ସୁଅରେ ଭାସିଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତାମିଳିନାହିଁ। 

Birthday invitation: ଝିଅ ଜନ୍ମଦିନ ପାଇଁ ନିମନ୍ତ୍ରଣ କରି ଫେରୁଥିଲେ: ବାପା, ଡ୍ରାଇଭର ଭାସିଗଲେ , ଉଦ୍ଧାର କଲେ ଯୁବକ

ସୂଚନାନୁଯାୟୀ କଟକ ଚାଉଳିଆଗଞ୍ଜ ଅଞ୍ଚଳରୁ ୩ ଜଣ ସାଙ୍ଗ ଅଂଶୁପା ପର୍ଯ୍ୟଟନ ସ୍ଥଳୀକୁ ବଣଭୋଜି କରିବାକୁ ଆସିଥଲେ। ଭୋଜି ସାରି ୩ ଜଣ ସାଙ୍ଗ ଅପରାହ୍ନରେ ନଦୀରେ ଗାଧୋଉଥିବା ବେଳେ ଜଣେ ହଠାତ ସୁଅରେ ଭାସିଯାଇଥିଲେ। ଖବର ପାଇ ଡମପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଁଚିଥିଲା। ନଦୀରୁ  ୨ ଜଣଙ୍କୁ ଉଦ୍ଧାର କରିଛି। ଖବର ଲେଖାଯିବା ବେଳକୁ ଭାସିଯାଇଥିବା ଯୁବକଙ୍କ ପତ୍ତାମିଳିନଥିବା ଜଣାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.