Youth Olympics 2026: ଯୁବ ଅଲିମ୍ପିକ୍ସ: ଏସୀୟ ଦଳ ପକ୍ଷରୁ ସ୍ବର୍ଣ୍ଣ ଜିତିଲେ ଭାରତର ଶ୍ରେଷ୍ଠ

6 days ago 2
ARTICLE AD BOX

ଚଳିତ ଯୁବ ଅଲିମ୍ପିକ୍ସରେ ଏସିଆ ଦଳ ପକ୍ଷରୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତର ଶ୍ରେଷ୍ଠ ରାଜୁ ମଣ୍ଟେନା। ୧୫ ବର୍ଷୀୟ ଅଶ୍ୱଚାଳକ ଶ୍ରେଷ୍ଠ ‘କ୍ରେଜି ହର୍ସ ବୁପ୍‌’ ଘୋଡ଼ାରେ ଚଢ଼ି ଏହି ସଫଳତା ପାଇଛନ୍ତି। ଇଣ୍ଟର ଆମେରିକା ଓ ଆଫ୍ରିକା ଦଳକୁ ପଛରେ ପକାଇ ଭାରତ, ୟୁଏଇ, ଚୀନ୍‌...

 ଏସୀୟ ଦଳ ପକ୍ଷରୁ ସ୍ବର୍ଣ୍ଣ ଜିତିଲେ ଭାରତର ଶ୍ରେଷ୍ଠ

ଡାକାର: ଚଳିତ ଯୁବ ଅଲିମ୍ପିକ୍ସରେ ଏସିଆ ଦଳ ପକ୍ଷରୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତର ଶ୍ରେଷ୍ଠ ରାଜୁ ମଣ୍ଟେନା। ୧୫ ବର୍ଷୀୟ ଅଶ୍ୱଚାଳକ ଶ୍ରେଷ୍ଠ ‘କ୍ରେଜି ହର୍ସ ବୁପ୍‌’ ଘୋଡ଼ାରେ ଚଢ଼ି ଏହି ସଫଳତା ପାଇଛନ୍ତି। ଇଣ୍ଟର ଆମେରିକା ଓ ଆଫ୍ରିକା ଦଳକୁ ପଛରେ ପକାଇ ଭାରତ, ୟୁଏଇ, ଚୀନ୍‌ ଓ ଇଣ୍ଡୋନେସିଆର ଅଶ୍ୱଚାଳକଙ୍କୁ ନେଇ ଗଠିତ ଏସୀୟ ଦଳ ପ୍ରଥମ ସ୍ଥାନ ଅଧିକାର ଏହି ପଦକ ପାଇଥିଲା। ତେବେ ଏହି ସ୍ବର୍ଣ୍ଣ ଭାରତର ପଦକ ଖାତାରେ ଯୋଡ଼ା ହେବନି। ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲ୍‌ରେ ଶ୍ରେଷ୍ଠ ଭାଗ ନେବାକୁ ଥିବାରୁ ଆଉ ଏକ ପଦକ ଆଶା ରହିଛି। ଯୋଗ୍ୟତା ପର୍ଯ୍ୟାୟରେ ତିନି ଜଣ ଅଶ୍ୱଚାଳକଙ୍କ ମଧ୍ୟରେ ସେ ରହିଥିଲେ।

Silver Medal: ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌: ତନ୍ବୀଙ୍କୁ ଐତିହାସିକ ରୌପ୍ୟ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.