ARTICLE AD BOX
ନୂଆଦିଲ୍ଲୀ: ଜୁନ୍ ମାସ ପାଇଁ ଆଜି ପ୍ରକାଶିତ ପାଇକାରୀ ମୁଦ୍ରାସ୍ଫୀତି ୯.୮୭ ପ୍ରତିଶତକୁ ବୃଦ୍ଧି ପାଇ ଦୁଇଅଙ୍କ ମୁହାଁ ହୋଇଛି। ମେ ମାସରେ ଏହା ୯.୬୮ ପ୍ରତିଶତ ରହିଥିଲା। ଜୁନ୍ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚିଥିବା ରିପୋର୍ଟ ଗତକାଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆସିଥିଲା। ଗତ ୧୭ ମାସ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ସହିତ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ସର୍ବୋଚ୍ଚ ସୀମା ୪ ପ୍ରତିଶତକୁ ମଧ୍ୟ ଅତିକ୍ରମ କରିଯାଇଛି। ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୩.୯୩ ପ୍ରତିଶତ ରହିଥିଲା।
ଉଭୟ ଖାଦ୍ୟ ଓ ଅଣଖାଦ୍ୟ ସାମଗ୍ରୀର ଦରବୃଦ୍ଧି ପାଇଁ ପାଇକାରୀ ମୁଦ୍ରାସ୍ଫୀତି ଉପରମୁହାଁ ହୋଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବଂ ହର୍ମୁଜ ବନ୍ଦର ପ୍ରଭାବ ଦରବୃଦ୍ଧିରେ ପ୍ରତିଫଳିତ ହୋଇଛି। ପେଟ୍ରୋଲିୟମ ଉତ୍ପାଦ ସମେତ ଖଣିଜ ତୈଳ, ଖାଦ୍ୟ ସାମଗ୍ରୀ, ମୌଳିକ ଧାତୁ, ରସାୟନିକ ସାମଗ୍ରୀ ଆଦିର ଦରବୃଦ୍ଧି ପାଇକାରୀ ମୁଦ୍ରାସ୍ଫୀତିକୁ ଅଧିକ ଗତିଶୀଳ କରିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ କହିଛି।
Retail inflation rises to 5.15%: ଓଡ଼ିଶା ଦେଶର ଚତୁର୍ଥ ମହଙ୍ଗା ବଜାର: ଖୁଚୁରା ମୁଦ୍ରାସ୍ଫୀତି ୫.୧୫%କୁ ବୃଦ୍ଧି
ଜୁନ ମାସରେ ଖାଦ୍ୟ ସାମଗ୍ରୀର ପାଇକାରୀ ମୁଦ୍ରାସ୍ଫୀତି ୫.୪୯ ପ୍ରତିଶତ ରହିଛି। ମେ ମାସରେ ଏହା ୩.୬୦ ପ୍ରତିଶତ ରହିଥିଲା। ଅଣଖାଦ୍ୟ ସାମଗ୍ରୀର ପାଇକାରୀ ମୁଦ୍ରାସ୍ଫୀତି ଜୁନରେ ୧୧.୦୭ ପ୍ରତିଶତରେ ଏବଂ ଖଣିଜ ସାମଗ୍ରୀର ମୁଦ୍ରାସ୍ଫୀତି ୯.୪୫ ପ୍ରତିଶତରେ ରହିଛି। ବିନିର୍ମାଣ ସାମଗ୍ରୀର ପାଇକାରୀ ମୁଦ୍ରାସ୍ଫୀତି ମେ ମାସ ଭଳି ୭.୪୮ ପ୍ରତିଶତରେ ସ୍ଥିର ରହିଛି। ପାଇକାରୀ ମୁଦ୍ରାସ୍ଫୀତି ଅଧିକ ଦିନ ଉଚ୍ଚସ୍ତରରେ ରହିଲେ ଖୁଚୁରା ମୁଦ୍ରାସ୍ଫୀତିରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ। ଏହାହେଲେ ଖାଉଟିମାନେ ଅସୁବିଧାରେ ପଡ଼ିବେ।

2 weeks ago
9


