ARTICLE AD BOX
ଭୁବନେଶ୍ୱର: ଚକ୍ରଧରପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଦୃଷ୍ଟିରୁ କେତେକ ଟ୍ରେନ୍ ସେବା ବାତିଲ ହୋଇଛି। ହାୱଡା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍(୨୨୮୬୧) ୩ ତାରିଖରେ ବାତିଲ ହେବାକୁ ଥିବା ବେଳେ କଣ୍ଟାବାଞ୍ଜି-ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍(୨୨୮୬୨) ନଭେମ୍ବର ୪, ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ୍(୧୮୧୦୭) ନଭେମ୍ବର ୩ ଓ ଜଗଦଲପୁର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍(୧୮୧୦୮) ୪ ତାରିଖରେ ବାତିଲ୍ ରହିବ।
Train Cancellation: ଦିଲ୍ଲୀରେ ସିଜେପି ଆନ୍ଦୋଳନ ପାଇଁ ୭୫ଟି ଟ୍ରେନ୍ ବାତିଲ
ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ୍(୧୮୧୨୫/୧୮୧୨୬) ଓ ରାଉରକେଲା-ଭୁବନେଶ୍ୱର-ରାଉରକେଲା(୨୨୮୩୯/୨୨୮୪୦) ଇଣ୍ଟରସିଟି ଏକ୍ସପ୍ରେସ୍ ନଭେମ୍ବର ୩ ତାରିଖରେ ବାତିଲ୍ ରହିବ। ଯାତ୍ରୀମାନେ ଏହି ପରିବର୍ତ୍ତନଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

53 minutes ago
3


