ARTICLE AD BOX
ଭୁବନେଶ୍ୱର: ରାଜ୍ୟର ବିକାଶକୁ ତ୍ୱରାନିତ କରିବାପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଜମି ଅଧିଗ୍ରହଣ, ଜଙ୍ଗଲଜମି ଅନୁମୋଦନ ଏବଂ ବିନିଯୋଗ ପ୍ରଦାନ ସମସ୍ୟାର ସମାଧାନଗୁଡ଼ିକ ଉପରେ ମୁଖ୍ୟଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀମାନେ ଗୁରୁତ୍ବ ପ୍ରଦାନ କରିବାକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପରାମର୍ଶ ଦେଇଛନ୍ତି।
Works Dept review ନିର୍ମାଣ ବିଭାଗର ସମୀକ୍ଷା: ନିର୍ଦ୍ଧାରିତ ସମୟ, ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ
ଲୋକସେବାଭବନରେ ଆଜି (ବୁଧବାର) ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରି କହିଛନ୍ତି, ବିଗତ ଦୁଇବର୍ଷ ମଧ୍ୟରେ ବିଭାଗୀୟ ଅଧିକାରୀ ଏବଂ ଇଂଜିନିୟରମାନଙ୍କ ପ୍ରୟାସ ଯୋଗୁଁ ଅନେକ ବୃହତ ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି। ଅନେକ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପ୍ରକ୍ରିୟାକୁ ଅଧିକ ତ୍ୱରିତ ଗତିରେ ଆଗକୁ ନେବାକୁ ପଡ଼ିବ। ଏଥି ସହିତ ଦୀର୍ଘ ଦିନ ଧରି ପଡିରହିଥିବା ପ୍ରକଳ୍ପକୁ ଆଗେଇ ନେବା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଅର୍ଥ ବ୍ୟୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ I ମୁଖ୍ୟଯନ୍ତ୍ରୀଙ୍କ ସମେତ ଅଧିକ୍ଷଣ ଯନ୍ତ୍ରୀମାନେ ନିୟମିତ ଅଞ୍ଚଳ ପରିଦର୍ଶନ ପ୍ରତି ମାସରେ କାର୍ଯ୍ୟର ଅଗ୍ରଗତି ଏବଂ ସମସ୍ୟା ସମାଧାନ ନେଇ ବୈଠକ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବୈଠକରେ ଡିଭିଜନ୍ଗୁଡ଼ିକର ବିଭିନ୍ନ ପ୍ରକଳ୍ପ ପାଇଁ ହୋଇଥିବା ବ୍ୟୟ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି, ବିଭିନ୍ନ ସମସ୍ୟାର ସମାଧାନ ଓ ଆଧୁନିକ ଜ୍ଞାନକୌଶଳର ଉପଯୋଗ ସାଙ୍ଗକୁ ଓସ୍ୱାସ୍ ଓ ୱାମିସ୍ ଭଳି ସଫଟୱାର୍ ବ୍ୟବହାର ଉପରେ ବିଭଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ଆଲୋଚନା କରିଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ଲକ୍ଷ୍ମୀକାନ୍ତ ପାଢ଼ୀ, ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି (ରାସ୍ତା) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

3 weeks ago
11


