ARTICLE AD BOX
ଗ୍ଲୋବାଲ୍ ମ୍ୟୁଜିକ୍ ତାରକା ରୀତା ଓରା ଏବଂ ମ୍ୟୁଜିକାଲ୍ ଗ୍ରୁପ୍ କ୍ଲିନ୍ ବାଣ୍ଡିଟ୍ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଉତ୍ସବରେ କମାଲ ଦେଖାଇବେ। ଏହି ଫାଇନାଲ୍ରେ ଏମାନେ ଦର୍ଶକଙ୍କ ମନୋରଞ୍ଜନ କରିବେ।
rita ora Photograph: (sambad.in)ଲଣ୍ଡନ: ଗ୍ଲୋବାଲ୍ ମ୍ୟୁଜିକ୍ ତାରକା ରୀତା ଓରା ଏବଂ ମ୍ୟୁଜିକାଲ୍ ଗ୍ରୁପ୍ କ୍ଲିନ୍ ବାଣ୍ଡିଟ୍ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଉତ୍ସବରେ କମାଲ ଦେଖାଇବେ। ଏହି ଫାଇନାଲ୍ରେ ଏମାନେ ଦର୍ଶକଙ୍କ ମନୋରଞ୍ଜନ କରିବେ। ସ୍ଥାନୀୟ ସମୟ ଅପରାହ୍ଣ ୨.୩୦ରେ ହେବାକୁ ଥିବା ମ୍ୟାଚ୍ ପୂର୍ବ ଉଦ୍ଯାପନୀ ସମାରୋହରେ ରୀତା ଷ୍ଟେଜ୍ରେ ପ୍ରଦର୍ଶନ କରିବେ। ମ୍ୟାଚ୍ ଶେଷ ହେବା ପରେ ନୂଆ ବିଶ୍ବବିଜେତା ସମ୍ମୁଖରେ ଇଲେକ୍ଟ୍ରୋନିକ ପପ୍ ଗ୍ରୁପ୍ କ୍ଲିନ୍ ବାଣ୍ଡିଟ୍ର ଷ୍ଟେଜ୍ କାର୍ଯ୍ୟକ୍ରମ ହେବ ବୋଲି ଆଇସିସି ଶୁକ୍ରବାର ସ୍ପଷ୍ଟ କରିଛି।
Switzerland VS Algeria: ଆଲ୍ଜେରିଆ ନକ୍ଆଉଟ: ଆଗେଇଲା ସ୍ବିଜରଲାଣ୍ଡ
ଟିକେଟ୍ ବିକ୍ରି ଶେଷ
ମ୍ୟାଚ୍ ପୂର୍ବ ଉଦ୍ଯାପନୀ ସମାରୋହର ମଜ୍ଜା ଉଠାଇବା ପାଇଁ ଦର୍ଶକମାନଙ୍କୁ ଅପରାହ୍ଣ ୨ଟା ସୁଦ୍ଧା ଷ୍ଟାଡିୟମ୍ରେ ପହଞ୍ଚି ନିଜ ନିଜ ଆସନ ଗ୍ରହଣ କରିବା ଲାଗି ଅନୁରୋଧ କରାଯାଇଛି। ଐତିହାସିକ ଲର୍ଡସରେ ରବିବାର ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍ର ଟିକେଟ୍ ବିକ୍ରି ଶେଷ ହୋଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 month ago
14


