ARTICLE AD BOX
ଭୁବନେଶ୍ବର: ହକି ଇଣ୍ଡିଆ ଶୁକ୍ରବାର ଆଗାମୀ ୨୦ତମ ଏସୀୟ କ୍ରୀଡ଼ା ଆଇଚି-ନାଗୋୟା ୨୦୨୬ ଲାଗି ୨୦ ଜଣିଆ ମହିଳା ହକି ଦଳ ଘୋଷଣା କରିଛି। ଗତ ମାସରେ ଏହି ଦଳର ନେତୃତ୍ବ ଭାର ସଲିମା ଟେଟେଙ୍କୁ ମିଳିଛି। ସଲିମାଙ୍କ ନେତୃତ୍ବରେ ଭାରତ ଏଫ୍ଆଇଏଚ୍ ନେସନ୍ସ କପ୍ ବିଜେତା ହୋଇଥିବାରୁ ତାଙ୍କ ଉପରେ ଚୟନକର୍ତ୍ତା ପୁଣି ଥରେ ଭରସା କରିଛନ୍ତି। ଦଳରେ ଓଡ଼ିଶାରୁ କେବଳ ସୁନେଲିତା ଟୋପ୍ପା ରହିଛନ୍ତି। ନିକଟରେ ପଦ୍ମଶ୍ରୀ ପାଇଥିବା ସବିତା ଓ ବିଚୁ ଦେବୀ ଖାରିବାମ ଗୋଲି ଦାୟିତ୍ବ ସମ୍ଭାଳିବେ।
BBL 2026: ଭାରତରେ ହେବ ବିବିଏଲ୍ ମ୍ୟାଚ୍
ଭାରତୀୟ ଦଳ
ଭାରତୀୟ ଦଳ: ଗୋଲି-ସବିତା, ବିଚୁ ଦେବୀ ଖାରିବାମ, ଡିଫେଣ୍ଡର-ଇଶିକା ଚୌଧୁରୀ, ସୁଶିଲା ଚାନୁ ପୁଖରାବାମ୍, ଲଲାଥାନ୍ତଲୁଆଙ୍ଗି, ଜ୍ୟୋତି, ଶିଳ୍ପୀ ଦାବାସ, ମିଡ୍ଫିଲ୍ଡର- ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲିତା ଟୋପ୍ପୋ, ସଲିମା ଟେଟେ (ଅଧିନାୟିକା), ନେହା, ଦୀପିକା ସୋରେଙ୍ଗ, ଫରୱାର୍ଡ-ଲାଲରେମସିଆମି, ଋତୁଜା ଦାଦାସାଓ ପିସାଲ, ନବନୀତ କୌର, ଦୀପିକା, ଇଶିକା, ବଲଜିତ କୌର, ବିଉଟି ଡୁଙ୍ଗଡୁଙ୍ଗ।

2 months ago
24


