ARTICLE AD BOX
ମୁମ୍ବାଇ: ବଲିଉଡ୍ର ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କ ନିଜ ଘରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ଚଳଚ୍ଚିତ୍ର ଜଗତର କଳାକାର ଓ ବନ୍ଧୁମାନେ ଗଭୀର ଶୋକରେ ଅଛନ୍ତି। ଅକ୍ଟୋବର ୩୧ ତାରିଖରେ ମୁମ୍ବାଇର ପବନ ହଂସ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ସଞ୍ଜୟ ଗୁପ୍ତାଙ୍କ ପରିବାର ସଦସ୍ୟଙ୍କ ସହ ବଲିଉଡ୍ର ଅନେକ ନାମୀଦାମୀ ବ୍ୟକ୍ତି ଉପସ୍ଥିତ ରହି ଦିବଂଗତ ନିର୍ଦ୍ଦେଶକଙ୍କୁ ଶେଷ ବିଦାୟ ଜଣାଇଥିଲେ। ତାଙ୍କ ପୁଅ ମୁଖାଗ୍ନି ଦେଇଥିଲେ।
ଅନେକ ନାମୀଦାମୀ କଳାକାର ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏହି ଅବସରରେ ‘କାଣ୍ଟେ’ ଚଳଚ୍ଚିତ୍ରରେ ସଞ୍ଜୟଙ୍କ ସହ କାମ କରିଥିବା ଅମିତାଭ ବଚ୍ଚନ ମଧ୍ୟ ଏକ ଭାବପ୍ରବଣ ଲେଖା ମାଧ୍ୟମରେ ତାଙ୍କୁ ମନେ ପକାଇଛନ୍ତି।
ସଞ୍ଜୟ ଗୁପ୍ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଅମିତାଭ ବଚ୍ଚନ
ବଲିଉଡ୍ର ବିଗ୍ ବି ଅମିତାଭ ବଚ୍ଚନ ନିଜ ବ୍ଲଗ୍ରେ ସଞ୍ଜୟଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଚଳଚ୍ଚିତ୍ର ନିର୍ମାତାଙ୍କ ନାମ ନନେଇ ସେ ହିନ୍ଦୀରେ ଲେଖିଛନ୍ତି, ‘ଜଣେ ବନ୍ଧୁ, ଜଣେ ସହପାଠୀ, ଜଣେ କଳାକାର, କଳାର ଜଣେ ଉପାସକ ଏତେ କମ୍ ବୟସରେ ଚାଲିଗଲେ! ଏସବୁ କିପରି ଘଟୁଛି, ତାହା ଆଦୌ ବୁଝିପାରୁନାହିଁ। ଆମ ଦୁନିଆର ସମସ୍ତ ସାଥୀ ଆମ ହୃଦୟରୁ ଜଣକ ପରେ ଜଣେ ଛଡ଼ାଇ ନିଆଯାଉଛନ୍ତି। ଏମାନେ କ’ଣ ଏଭଳି ଦଶା ଭୋଗିବା ପାଇଁ କିଛି ଦୋଷ କରିଛନ୍ତି? ଲୋକେ କହୁଛନ୍ତି ଯେ ସୌରମଣ୍ଡଳର ସମସ୍ତ ଗ୍ରହ ଏକାଠି ଅଶୁଭ ସ୍ଥିତିରେ ଅଛନ୍ତି। ଏବେ ତ ଦୟା କରନ୍ତୁ। ଆମ ଉପରେ ଏତେ ଅତ୍ୟାଚାର କରିବା କ’ଣ ଠିକ୍ କଥା? ନିଜ ନିଜ ଘରେ ଶୀଘ୍ର ଅଲଗା ଅଲଗା ହୋଇ ବସନ୍ତୁ। ସୌରମଣ୍ଡଳର ଗ୍ରହମାନେ ଟିକେ ଅଲଗା ହୋଇ ରହି ଆମକୁ ଆଉ ହଇରାଣ କରିବା ବନ୍ଦ କରନ୍ତୁ।”
କେଉଁଠି ଓ କେବେ ହୋଇଥିଲା ସଞ୍ଜୟ ଗୁପ୍ତାଙ୍କ ମୃତ୍ୟୁ?
ମୁମ୍ବାଇର ଭର୍ସୋଭାସ୍ଥିତ ନିଜ ଘରେ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କ ମୃତଦେହ ମିଳିଥିଲା। ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଘର ଭିତରେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସକାଳେ ତାଙ୍କ ପତ୍ନୀ ଓ ଦୁଇ ପିଲା ଉଠିବା ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସେମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଭର୍ସୋଭା ପୁଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ ଦାଖଲ କରିଛି। ଘଟଣାର ପ୍ରକୃତ କାରଣ ଓ କ୍ରମ ଜାଣିବା ପାଇଁ ପୁଲିସ ତଦନ୍ତ କରୁଛି।
ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ହାତ ଯୋଡ଼ି କ୍ଷମା ମାଗିଲେ ଧୀରେନ୍ଦ୍ର ଶାସ୍ତ୍ରୀ

40 minutes ago
1


