ARTICLE AD BOX
ନୂଆଦିଲ୍ଲୀ: ମହିଳା ଏସିଆ କପ୍ ଫାଇନାଲ୍ରେ ପୁଣି ଟ୍ରଫି ବିବାଦ ଦେଖାଦେବା ଆଶଙ୍କା ରହିଛି। କାରଣ ଏସିଆନ୍ କ୍ରିକେଟ୍ ପରିଷଦ (ଏସିସି) ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକ୍ଭୀ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ଫାଇନାଲ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସମ୍ଭାବନା ରହିଛି। ଭାରତ ଯଦି ଚାମ୍ପିଅନ ହୁଏ ତେବେ ପୁଣି ପୁରୁଷ ଏସିଆ କପ୍ ପରି ବିବାଦ ଦେଖିବାକୁ ମିଳିପାରେ। ୨୦୨୫ ପୁରୁଷ ଏସିଆ କପ୍ ଫାଇନାଲ୍ରେ ନକ୍ଭୀଙ୍କ ହାତରୁ ସୂର୍ଯ୍ୟକୁମାର ଯାଦବ ନେତୃତ୍ବାଧୀନ ଭାରତୀୟ ଦଳ ଟ୍ରଫି ନେଇନଥିଲା। ପରେ ନକ୍ଭୀ ଟ୍ରଫିକୁ ନିଜ ସହ ନେଇଯାଇଥିଲେ। ଏହି ଟ୍ରଫି ଏବେବି ଭାରତ ହାତକୁ ଆସିନାହିଁ।
ଭାରତ-ପାକିସ୍ତାନ ମ୍ୟାଚ୍
ଚଳିତ ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତ ସେମିଫାଇନାଲ୍ରେ ପହଞ୍ଚିଛି ଏବଂ ଟାଇଟଲ୍ ଦାବିଦାର ରହିଛି। ଏପରି ସ୍ଥିତିରେ ଭାରତ ଫାଇନାଲ୍ରେ ଜିତିଲେ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବ କି ନାହିଁ, ଯଦି ଗ୍ରହଣ ନ କରେ ତେବେ ପୁଣି ଥରେ କ’ଣ ନକ୍ଭୀ ଟ୍ରଫି ନିଜ ସହ ନେଇଯିବେ? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶନିବାର ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ୍ରେ ହରମନପ୍ରୀତ ଓ ପାକିସ୍ତାନ ଅଧିନାୟିକା ସାନା ମୀର ପରସ୍ପର ସହ ହାତ ମିଳାଇନଥିଲେ।

1 week ago
7


