ARTICLE AD BOX
ବୈଶିଙ୍ଗା: ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଞ୍ଚଳର କେସିପୁର ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ପରିଚୟ ଏଯାଏଁ ମିଳିନଥିବା ବେଳେ ନିକଟରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ରୁ ମେଡିକାଲ୍ ପ୍ରେସ୍କ୍ରିପ୍ସନ ଜବତ କରାଯାଇଛି।
Dead Body: ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଆଜି (ବୁଧବାର) ପୂର୍ବାହ୍ଣରେ କେତେକ ଲୋକ ମୃତଦେହ ଦେଖି ପୁଲିସକୁ ସୂଚିତ କରିଥିଲେ। ବେତନଟୀ ଆଇଆଇସି କ୍ରିଷ୍ଣା ପିଙ୍ଗୁଆ ଓ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ରତ୍ନାକର ବାରିକଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲେ। ମୃତଦେହର ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ମଧ୍ୟବୟସ୍କ ମହିଳାଙ୍କ ଏବଂ ମୃତ୍ୟୁ ପ୍ରାୟ ୩-୪ଦିନ ପୂର୍ବେ ହୋଇଥିବା ଅନୁମାନ କରାଯାଉଛି। ମୃତଦେହଟି ସମ୍ପୂର୍ଣ୍ଣ ଗଳିତ ଅବସ୍ଥାରେ ଥିବାରୁ ଏଯାଏ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ।
Tankapani Bridge: ଟଙ୍କପାଣି ବ୍ରିଜ୍ରୁ ଅଟୋଚାଳକ ନିଖୋଜ ଘଟଣା: କୁଆଖାଇରୁ ମିଳିଲା ମୃତଦେହ
ତେବେ ମୃତଦେହ ନିକଟରୁ ମିଳିଥିବା ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଦେଇପାରେ ବୋଲି ଆଶା କରାଯାଉଛି। ବ୍ୟାଗ୍ ଭିତରୁ ବାରିପଦା ସଦର ଥାନା ଓ ସାମାଖୁଣ୍ଟା ବ୍ଲକ ଅଧୀନ ଆମ୍ବଶିକଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ମେଡିକାଲ ପ୍ରେସକ୍ରିପସନ୍ ମିଳିଛି। ପ୍ରେସକ୍ରିପସନ୍ରେ ଥିବା ରୋଗୀଙ୍କ ନାମ ସ୍ପଷ୍ଟ ଦେଖାଯାଉନଥିବା ବେଳେ ପୁଲିସ ଏହାକୁ ଜବତ କରି ଯାଞ୍ଚ କରୁଛି। ଅନ୍ୟପକ୍ଷରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

1 day ago
1


