Strait of Hormuz: ହର୍ମୁଜ୍ ପ୍ରଣାଳୀରେ ମାଇନ୍ସ ସହ ପିଟି ହୋଇ ୪ଟି ତୈଳ ଟ୍ୟାଙ୍କର ଧ୍ଵଂସ: ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଚେତାବନୀ ଦେଲା ଇରାନ୍

1 hour ago 2
ARTICLE AD BOX

ତେହେରାନ୍/ୱାଶିଂଟନ୍: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ସାମରିକ ସଂଘର୍ଷ ପୁନର୍ବାର ସାଂଘାତିକ ରୂପ ନେଇଛି। ବୈଶ୍ୱିକ ଇନ୍ଧନ ଯୋଗାଣର ପ୍ରମୁଖ ମାଧ୍ୟମ ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରିବାକୁ ଚେଷ୍ଟା କରୁଥିବା ୪ଟି ବିଦେଶୀ ତୈଳ ଟ୍ୟାଙ୍କର୍ ସମୁଦ୍ର ମଧ୍ୟରେ ବିଛାଯାଇଥିବା ନୌସେନା ମାଇନ୍ସ ସହ ପିଟି ହୋଇ ଧ୍ୱଂସ ହେବା ସହ ସେଗୁଡ଼ିକରେ ନିଆଁ ଲାଗିଯାଇଛି ବୋଲି ବୁଧବାର ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (ଆଇଆରଜିସି) ପକ୍ଷରୁ ସୂଚନା ଦିଆଯାଇଛି।

ଇରାନର ସରକାରୀ ଟିଭିରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଇରାନ ନିଷିଦ୍ଧ ଘୋଷଣା କରିଥିବା ହର୍ମୁଜ୍ ପ୍ରଣାଳୀର ଦକ୍ଷିଣ ପାର୍ଶ୍ୱ ଦେଇ ବେଆଇନ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ୪ଟି ଟ୍ୟାଙ୍କର୍ ମାଇନ୍ସ ସହ ପିଟି ହୋଇଥିଲେ। ଏହାଛଡ଼ା ଆଉ ୨ଟି ଜାହାଜକୁ ଅଟକ ରଖାଯିବା ସହ ଉକ୍ତ ଆକାଶମାର୍ଗରେ ଗୋଟିଏ ଅଜ୍ଞାତ ଡ୍ରୋନକୁ ମଧ୍ୟ ଇରାନ ସେନା ଖସାଇ ଦେଇଛି। ହୋର୍ମୁଜ୍ ନିକଟସ୍ଥ ଇରାନର ବୃହତ୍ତମ ଦ୍ୱୀପ ''କେଶମ'' ଉପରେ ଆମେରିକା ସାମରିକ ଚଢ଼ାଉ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଜାରି ରହିଛି ବୋଲି ଘୋଷଣା କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ବିସ୍ଫୋରଣ ଘଟିଛି।

ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଜାହାଜ ଚଳାଚଳ ପାଇଁ ଖୋଲାଯିବ

ଅପରପକ୍ଷରେ, କୂଟନୈତିକ ସ୍ତରରେ ସଙ୍କଟ ସମାଧାନ ପାଇଁ ଉଦ୍ୟମ ଚାଲିଥିଲେ ହେଁ କୌଣସି ନିଶ୍ଚିତ ସଫଳତା ମିଳିପାରି ନାହିଁ। ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନ୍ ଯୁଦ୍ଧ ଦ୍ୱାରା କାହାରି ଲାଭ ହେବନାହିଁ ବୋଲି କହିବା ସହ ଆଲୋଚନା ମାଧ୍ୟମରେ ସମାଧାନ ଚାହୁଁଥିବା ବେଳେ, ଇରାନର ମୁଖ୍ୟ ଆଲୋଚକ ମହମ୍ମଦ ବାଘେର ଗାଲିବାଫ୍ କହିଛନ୍ତି ଯେ ତାଙ୍କ ସେନା ଟ୍ରିଗର୍ ଉପରେ ଆଙ୍ଗୁଠି ରଖି ସମ୍ପୂର୍ଣ୍ଣ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି। ଆମେରିକା ତା’ର ପୂର୍ବ ଦାବିଗୁଡ଼ିକୁ ପୂରଣ କଲେ ହିଁ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଜାହାଜ ଚଳାଚଳ ପାଇଁ ଖୋଲାଯିବ ବୋଲି ତେହେରାନ୍ ସ୍ପଷ୍ଟ କରିଛି।

ଭୋଟର ତାଲିକାରୁ ନାମ କଟିଥିଲେ ବି ଚିନ୍ତା ନାହିଁ, ଭରିପାରିବେ ଫର୍ମ-୬

Read Entire Article
LEFT SIDEBAR AD

Hidden in mobile, Best for skyscrapers.