Woman Rescue: ପାହାଡ଼ରୁ ଉଲଗ୍ନ ଓ କ୍ଷତବିକ୍ଷତ ଅବସ୍ଥାରେ ଯୁବତୀ ଉଦ୍ଧାର

2 weeks ago 14
ARTICLE AD BOX

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ):ଗଜପତି ଜିଲ୍ଲାରେ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରା. ଉଦୟଗିରି ଥାନା ଅନ୍ତର୍ଗତ ଅନ୍ତରଡା ନିକଟସ୍ଥ ପାହାଡ଼ିଆ ଜଙ୍ଗଲରୁ ଜଣେ ମହିଳାଙ୍କୁ ଉଲଗ୍ନ ଓ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆହତ ମହିଳା ଜଣକ ଅଡବା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି, ଯାହାଙ୍କର ବୟସ  ବୋଲି ଜଣାପଡ଼ିଛି। 

ଆହତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ରା. ଉଦୟଗିରି ଅଞ୍ଚଳର ରାହୁଲ ନାମକ ଜଣେ ଯୁବକଙ୍କ ପ୍ରରୋଚନାରେ ସେ ରା. ଉଦୟଗିରି ଥାନା ଅନ୍ତର୍ଗତ ଅନ୍ତରଡା ପଞ୍ଚାୟତ ଡାଗଡପୁର ଗ୍ରାମ ନିକଟ ପାହାଡ଼କୁ ଯାଇଥିଲେ। ସେଠାରେ ତାଙ୍କୁ ନିଛାଟିଆ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରାଯିବା ସହ ଛୁରିରେ ଆକ୍ରମଣ କରିଥିଲେ। ପରେ ପଥରରେ ଛେଚି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। 

US Warned: ନ୍ୟୁୟର୍କ ଟାଇମ୍ସର ଚାଞ୍ଚଲ୍ୟକର ରିପୋର୍ଟ: ଇସ୍ରାଏଲ ଆରାଘଚି ଓ ଗାଲିବାଫଙ୍କୁ ହତ୍ୟା କରିପାରେ ବୋଲି ଇରାନକୁ ଚେତାଇଥିଲା ଆମେରିକା

ସ୍ଥାନୀୟ ଗ୍ରାମବାସୀ ଗୁରୁତର ଆହତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ମୁଣ୍ଡ ଓ ହାତରେ  ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଘଟଣାକୁ ନେଇ ରା. ଉଦୟଗିରି ପୁଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.