Woman Found Dead ଘର ଭିତରୁ ମହିଳାଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର

1 hour ago 1
ARTICLE AD BOX

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ଥାନା ଖମାରମୁଣ୍ଡା ଗାଁର ଏକ ଘରୁ ଏକ ମଧ୍ୟବୟସ୍କ ମହିଳାଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଛି। ହତ୍ୟାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲେ ମଧ୍ୟ ପରିବାର ମଧ୍ୟରେ ଜମିବିବାଦ ପ୍ରମୁଖ କାରଣ ବୋଲି ଆଲୋଚନା ହେଉଛି। ତେବେ ପୁଲିସ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ। 

NaveenPattnaik: ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଗାଁର ଗୀତା ଷଡ଼ଙ୍ଗୀ ଅବିବାହିତ ଥିଲେ। ସେ ଗାଁ ଘରେ ଏକାକୀ ରହୁଥିଲେ। ଜମି କାରବାରରେ ମଧ୍ୟସ୍ଥି ରହୁଥିଲେ। ପ୍ରାୟ ପ୍ରତିଦିନ ସ୍କୁଟିରେ ଗାଁରୁ ବଲାଙ୍ଗୀର ଆସି କାମ ସାରି ବିଳମ୍ବିତ ସନ୍ଧ୍ୟାରେ ଘରକୁ ଫେରୁଥିଲେ।

Lady killed disputeମୃତ ଗୀତାଙ୍କ ଫାଇଲ୍‌ ଫଟୋ

ଗତ ସନ୍ଧ୍ୟାରେ ମଧ୍ୟ ତାଙ୍କୁ ପାଖପଡ଼ୋଶୀ ଗାଁରେ ଦେଖିଥିଲେ। ରବିବାର ପୂର୍ବାହ୍‌ଣ ୧୧ଟା ପର୍ଯ୍ୟନ୍ତ ସେ ଘରୁ ବାହାରିନଥିଲେ। କୌଣସି ଅଘଟଣ ଆଶଙ୍କା କରି ପାଖପଡ଼ୋଶୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘରେ ପଶି ଦେଖିବା ବେଳକୁ ଗୀତାଙ୍କ ରକ୍ତାକ୍ତ ଶବ ଘରେ ପଡ଼ିଥିଲା। ତାଙ୍କ ମୁଣ୍ଡ ଏବଂ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା।

କେବିଡ଼ି ନୀଳଗିରି ବାଡରେ ଅଜଣା ମହିଳାଙ୍କ ହତ୍ୟା ମାମଲା: ୩ବର୍ଷ ପରେ ବି ରହସ୍ୟର ପରଦା ଉଠୁନି

ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୂନା ସଂଗ୍ରହ କରିଛି। ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଗୀତାଙ୍କୁ ଗତ ରାତିରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏଥିରେ ଏକାଧିକ ବ୍ୟକ୍ତି ଥିବା ଅନୁମାନ କରାଯାଉଛି। 

 କୁକୁଡା ପର ଓ ଅଣ୍ଟାରେ ବନ୍ଧା ଥିବା ତାବିଜରୁ ଏପରି ଖୋଲିଲା ମହିଳାଙ୍କ ହତ୍ୟାର ରାଜ୍‌ 

ସୂଚନା ମୁତାବକ, ଗୀତା ଗାଁର ଗୋଟିଏ ମୁଣ୍ଡରେ ଏକା ରହୁଥିଲେ। ମା’-ବାପାଙ୍କ ଦୀର୍ଘ ଦିନରୁ ପରଲୋକ ଘଟିଛି। ଚାରି ଭାଇଙ୍କ ମଧ୍ୟରୁ ତିନି ଜଣ ଗାଁର ଅପରମୁଣ୍ଡରେ ରହୁଥିବାବେଳେ ଜଣକର ପୂର୍ବରୁ ମୃତ୍ୟୁ ହୋଇଛି। ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ବିବାହ ପରେ ବଲାଙ୍ଗୀର ସହରରେ ରହୁଛନ୍ତି। ଗାଁଲୋକଙ୍କ କହିବା ମୁତାବକ, ଏହି ପରିବାରର ପ୍ରାୟ ଅଢ଼େଇ ଏକର ପୈତୃକ ଜମି ଜାତୀୟ ରାଜପଥ-୨୬ କଡ଼ରେ ରହିଛି। ଯାହାର ମୂଲ୍ୟ ବହୁକୋଟି ଟଙ୍କା ହେବ। ଏହି ଜମି ବିକ୍ରି ପାଇଁ ଭାଇମାନେ ଗୀତାଙ୍କ ଦସ୍ତଖତ ଲୋଡ଼ିଥିଲେ। ହେ‌ଲେ, ଗୀତା ଦସ୍ତଖତ ଦେଇନଥିଲେ। ନିଜେ ଅନ୍ୟ ଜଣକୁ ଜମି ବିକିବାକୁ ଡିଲ୍‌ କରିଥିଲେ। ଏହି କାରଣରୁ ଭାଇମାନଙ୍କ ସହ ତାଙ୍କ ଠିକ୍‌ ପଡ଼ୁନଥିଲା। ଜମି ବିବାଦ, ମଧ୍ୟସ୍ଥତାକୁ ନେଇ ପୂର୍ବଶତ୍ରୁତା ତାଙ୍କ ମୃତ୍ୟୁ ପଛର କାରଣ ହୋଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ପୁଲିସ ଏଯାଏ ଘଟଣା ସମ୍ପର୍କରେ କୌଣଣି ପ୍ରତିକ୍ରିୟା ଦେଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.