ARTICLE AD BOX
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଧନତେରସ ପର୍ବର ବିଶେଷ ମହତ୍ତ୍ୱ ରହିଛି। ଧନ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟର କାମନା କରି ଏହି ଦିନ ଭଗବାନ ଧନ୍ୱନ୍ତରୀ, ମା’ ଲକ୍ଷ୍ମୀ ଏବଂ କୁବେର ଦେବଙ୍କ ପୂଜା କରାଯାଏ। ଚଳିତ ବର୍ଷ ନଭେମ୍ବର ୬ ତାରିଖ ଶୁକ୍ରବାର ଦିନ ପାଳନ ହେବ ଧନତେରସ। ଏଥର ଶୁକ୍ରବାରରେ ଏହି ପର୍ବ ପଡୁଥିବାରୁ ଏହାର ଧାର୍ମିକ ମହତ୍ତ୍ୱ ଆହୁରି ବୃଦ୍ଧି ପାଇଛି।
ଶୁକ୍ରବାରକୁ ମା’ ଲକ୍ଷ୍ମୀଙ୍କ ପ୍ରିୟ ଦିନ ଭାବେ ବିବେଚନା କରାଯାଏ। ଏହି ଦିନ ମା’ ଲକ୍ଷ୍ମୀଙ୍କ ଆରାଧନା, ଦୀପଦାନ ଓ ଦାନପୁଣ୍ୟ କରିବାର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ବିଧିବିଧାନ ଅନୁସାରେ ପୂଜା କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ। ତେଣୁ ଏଥର ଶୁକ୍ରବାରରେ ଧନତେରସ ପଡୁଥିବାରୁ ଭକ୍ତଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ରହିଛି।
ଧନତେରସ ପର୍ବରର ରହିଛି ବିଶେଷ ମହତ୍ତ୍ୱ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏଥର ଧନତେରସରେ ଶୁକ୍ର ନିଜ ରାଶି ତୁଳାରେ ଅବସ୍ଥାନ କରିବେ। ଫଳରେ ମାଲବ୍ୟ ରାଜଯୋଗ ସୃଷ୍ଟି ହେବ। ପଞ୍ଚ ମହାପୁରୁଷ ଯୋଗ ମଧ୍ୟରୁ ଏହା ଅନ୍ୟତମ। ଜ୍ୟୋତିଷ ମତ ଅନୁସାରେ, ଶୁକ୍ର ଗ୍ରହକୁ ସୁଖ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖସୁବିଧାର କାରକ ବୋଲି ମନେ କରାଯାଏ। ଏହି ଯୋଗ ଯୋଗୁଁ ଧନତେରସରେ ସୁଖସମୃଦ୍ଧି ଓ ଆର୍ଥିକ ଉନ୍ନତି ପାଇଁ ଶୁଭ ସଂକେତ ମିଳୁଥିବା ଜ୍ୟୋତିଷମାନେ କହିଛନ୍ତି।
ସାମଗ୍ରୀ କିଣିବା ପାଇଁ ରହିଛି ୩ଟି ଶୁଭ ମୁହୂର୍ତ୍ତ
ଧନତେରସ ଦିନ ଭଗବାନ ଧନ୍ୱନ୍ତରୀ ଓ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ସନ୍ଧ୍ୟାର ପ୍ରଦୋଷ କାଳକୁ ଶୁଭ ବୋଲି କୁହାଯାଇଛି। ଏଥର ପ୍ରଦୋଷ କାଳ ସନ୍ଧ୍ୟା ୫ଟା ୪୯ ମିନିଟରୁ ରାତି ୮ଟା ୨୩ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଘରେ ଦୀପ ଜଳାଇବା ସହ ଦେବଦେବୀଙ୍କ ପୂଜାର୍ଚ୍ଚନା କରିପାରିବେ। ଧାର୍ମିକ ପରମ୍ପରା ଅନୁଯାୟୀ, ଏହି ସମୟରେ ଦୀପଦାନ କରିବା ମଧ୍ୟ ଶୁଭ ମନେ କରାଯାଏ।
ଏହି ସବୁ ସ୍ଥାନ ସଫାସୁତୁରା ଓ ସାଜସଜ୍ଜା ଉପରେ ଦିଅନ୍ତୁ ଧ୍ୟାନ
ସେହିପରି ଧନତେରସରେ ସୁନା, ରୁପା, ବାସନକୁସନ ଓ ଘରୋଇ ବ୍ୟବହାର ସାମଗ୍ରୀ କିଣିବା ପାଇଁ ୩ଟି ଶୁଭ ମୁହୂର୍ତ୍ତ ରହିଛି। ପ୍ରଥମ ଶୁଭ ମୁହୂର୍ତ୍ତ ସକାଳ ୮ଟା ୧୬ରୁ ୯ଟା ୪୮ ମିନିଟ୍ ପର୍ଯ୍ୟନ୍ତ ରହିବ। ଦ୍ୱିତୀୟ ଶୁଭ ସମୟ ଅଭିଜିତ୍ ମୁହୂର୍ତ୍ତ ଦିନ ୧୧ଟା ୪୮ରୁ ଦିନ ୧୨ଟା ୫୬ ମିନିଟ୍ ପର୍ଯ୍ୟନ୍ତ ରହିଛି। ଏହାବ୍ୟତୀତ ସନ୍ଧ୍ୟା ୫ଟା ୪୯ରୁ ରାତି ୮ଟା ୨୩ ମିନିଟ୍ ପର୍ଯ୍ୟନ୍ତ ପ୍ରଦୋଷ କାଳରେ ମଧ୍ୟ ପୂଜା ସହ କିଣାକିଣି କରିବାର ପରମ୍ପରା ରହିଛି।

59 minutes ago
1


