Woman Death: ଟ୍ରକ ଧକ୍କାରେ ମହିଳା ଶ୍ରମିକ ମୃତ, ଘରୁ ପଡ଼ୋଶୀଙ୍କ ସହ ଡ୍ୟୁଟି ଯାଉଥିଲେ

2 weeks ago 10
ARTICLE AD BOX

ରାଉରକେଲା: ବେଦବ୍ୟାସ ସ'ମିଲ ଛକରେ ଟ୍ରକ ଧକ୍କାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ କାନ୍ସବାହାଲ ମନ୍ଦିରା ଡ୍ୟାମ ବସ୍ତିର ମଞ୍ଜୁଲତା ରାଉତ (୪୫) l ବାଇକ ଚଳାଉଥିବା ବିଶ୍ୱାଳ ଦେହୁରୀ ବର୍ତ୍ତି ଯାଇଛନ୍ତି l ବ୍ରାହ୍ମଣୀତରଙ୍ଗ ପୁଲିସ ଶବ ଜବତ କରି ଆରଜିଏଚକୁ ପଠାଇଛି l ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୁଲିସl

ଟ୍ରକ ମୁଣ୍ଡ ଉପରେ ଚଢି ଯାଇଥିଲା

ଆଜି ସକାଳ ପ୍ରାୟ ୮ଟାରେ ମଞ୍ଜୁଲତା ଘରୁ ଆଇଡିସିସ୍ଥ ଆଇଏଫଜିଏଲ କାରଖାନାକୁ ଡ୍ୟୁଟି ବାହାରିଥିଲେ l ପଡ଼ୋଶୀ ମହାବୀର କାରଖାନାରେ କାମ କରୁଥିବା ବିଶ୍ୱାଳଙ୍କ ବାଇକରେ ବସି ଯାଉଥିଲେ l ସ' ମିଲ ଛକରେ ରାଉରକେଲାରୁ ରାଜଗାଙ୍ଗପୁର ଯାଉଥିବା ଟ୍ରକ (ଓଆର ୦୯ ଭି ୧୮୧୧) ଧକ୍କା ଦେଇଥିଲା l ମଞ୍ଜୁଲତା ତଳେ ପଡିଯିବା ପରେ ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା l ବିଶ୍ୱାଳ ସାମାନ୍ୟ ଆହତ ହୋଇଥିଲେ l

Rape: ଝିଅକୁ ଦୁଷ୍କର୍ମ, ବନ୍ଧା ହେଲା ସାବତ ବାପ

Read Entire Article
LEFT SIDEBAR AD

Hidden in mobile, Best for skyscrapers.