Wine: ନାଗାଲାଣ୍ଡର ଟୁଏନସାଙ୍ଗରେ ବିଷାକ୍ତ ମଦ ପିଇବା ଯୋଗୁ ୯ ଜଣଙ୍କ ମୃତ୍ୟୁ

4 days ago 6
ARTICLE AD BOX

କୋହିମା: ନାଗାଲାଣ୍ଡର ଟୁଏନସାଙ୍ଗରେ ବିଷାକ୍ତ ମଦ ପିଇବା ଯୋଗୁ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି। ମଦ ମୃତ୍ୟୁକୁ ନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜି) ରୁପିନ୍‌ ଶର୍ମା ରାଜ୍ୟବ୍ୟାପୀ ରେଡ୍ ଆଲର୍ଟ ଜାରି କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି। ରାଜ୍ୟର ଲୋକଙ୍କୁ ମଦ ନ ପିଇବାକୁ ଡିଜି ପରାମର୍ଶ ଜାରି କରିଛନ୍ତି।

ବିଶେଷକରି ମୋନ୍‌, ମୋକୋକଚଙ୍ଗ, ଟୁଏନସାଙ୍ଗ, ଲଙ୍ଗଲେଙ୍ଗ, କିଫାୟର, ସାମଟର ଓ ନୋକଲାକ୍ ଜିଲ୍ଲାର ଲୋକମାନଙ୍କୁ ମଦ ନ ପିଇବା ପାଇଁ ଡିଜି ଅନୁରୋଧ କରିଛନ୍ତି। ସ୍ଥିତି ସମ୍ପର୍କରେ ସ୍ପଷ୍ଟ କିଛି ନ ଜଣାପଡ଼ିବା ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲାର ଲୋକଙ୍କୁ ମଧ୍ୟ ମଦ ନପିଇବାକୁ କହିଛନ୍ତି। ଏହି ଘଟଣା ୧୯୯୦ ମସିହାରେ କାର୍ଯ୍ୟକାରୀ ହୋଇଥିବା ନାଗାଲାଣ୍ଡ ମଦ ସମ୍ପୂର୍ଣ୍ଣ ନିଷେଧ ଆଇନ, ୧୯୮୯ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କୋହିମାର ୧୯ଟି ୱାର୍ଡରେ ୫୦୦ ରୁ ଅଧିକ ମଦ ଦୋକାନ ଥିବା ଏକ ସର୍ଭେରୁ ଜଣାପଡିଛି। ବିଧାନସଭା ସମ୍ମୁଖରେ ଉପସ୍ଥାପିତ ଅବକାରୀ ବିଭାଗ ରିପୋର୍ଟରେ ଗମ୍ଭୀର ନକାରାତ୍ମକ ପରିଣାମ ଦର୍ଶାଯାଇଛି। ଗୁଣବତ୍ତା ନିୟନ୍ତ୍ରଣ ବିନା, ନକଲି, ଭେଜାଲ ଓ ନିମ୍ନମାନର ମଦ ବଜାରରେ ପ୍ରବେଶ କରୁଛି ବୋଲି କୁହାଯାଇଛି, ଯାହା ଫଳରେ ଯୁବକମାନଙ୍କର ଅକାଳ ମୃତ୍ୟୁ ଘଟୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.