Wine seize: ଗ୍ରୋସରି ଦୋକାନରୁ ୧୧.୧୨୦ ଲିଟର ବିଦେଶୀ ମଦ ଜବତ

4 days ago 6
ARTICLE AD BOX

ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ବେଆଇନ ମଦ କାରବାର ବିରୋଧରେ ପୁଲିସର ଚଢ଼ଉ ଜାରି ରହିଛି। ପାଟୁଳିପୁରା ପଞ୍ଚାୟତ ଅଧୀନ ପ୍ରତିମାଦେଇପୁର ହୋଲି ପଡ଼ିଆ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରେ ଚଢ଼ଉ କରି ପୁଲିସ ୧୧.୧୨୦ ଲିଟର ବିଦେଶୀ ମଦ ଜବତ କରିବା ସହ ଦୋକାନ ମାଲିକ ସୁଧାକର ସାମଲଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ବୈଶିଙ୍ଗା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ପ୍ରତିମାଦେଇପୁର ହୋଲି ପଡ଼ିଆ ନିକଟସ୍ଥ ଗ୍ରୋସରୀ ଦୋକାନରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ଦୋକାନ ଯାଞ୍ଚ ବେଳେ ସେଠାରୁ ୧୧.୧୨୦ ଲିଟର ବିଦେଶୀ ମଦ ମିଳିଥିଲା। ପୁଲିସ ମଦକୁ ଜବତ କରିବା ସହ ଅଭିଯୁକ୍ତ ସୁଧାକର ସାମଲଙ୍କୁ କାବୁ କରିଥିଲା।

WhatsApp Image 2026-09-13 at 21.02.53

ବେଆଇନ ମଦ କାରବାର ବନ୍ଦ ଦାବିରେ ମଦଭାଟି ଘେରାଉ

ଏନେଇ ବୈଶିଙ୍ଗା ଥାନାରେ କେସ୍‌ ନମ୍ବର ୪୬୯/୨୬ରେ ମାମଲା ରୁଜୁ କରାଯାଇଛି। ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ଆଇନାନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଚଳାଇଛି। ବେଆଇନ ମଦ କାରବାର ଉପରେ ପୁଲିସର ଏଭଳି ଚଢ଼ଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.