ARTICLE AD BOX
ବରୀ: ବରୀ ବ୍ଲକ ଅଙ୍ଗାଳୋ ପଞ୍ଚାୟତ ଢିହବାରିଂ ଗ୍ରାମର ୩ ଜଣ ବ୍ୟକ୍ତି ବାରାହା ଆକ୍ରମଣର ଶୀକାର ହୋଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗତ କାଲି ସଂଧ୍ୟାରେ ପପୁ ରାଉତ(୪୦) କୁ ଆକ୍ରମଣ କରିଥିବା ବେଳେ ଆଜି ସେହି ଗ୍ରାମର ସୁରେଶ ରାଉତ(୭୨) ଓ ନୂତନ ରାଉତ(୪୦) ଙ୍କୁ ଆକ୍ରମଣ କରି ଗୁରୁତର କରିଥିବା ଜଣାପଡ଼ିଛି।
ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି
ଗୁରୁତର ଅବସ୍ଥାରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ତୁରନ୍ତ ତାଙ୍କୁ ଯାଜପୁର ପଠାଇଦିଆଯାଇଥିଲା। ସେଠାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସେପଟେ ଆକ୍ରମଣ କରୁଥିବା ବାରହାଟି ପୁର୍ନବାର ଗାଁ ଭିତରକୁ ଆସି ଜଣଙ୍କ ଘର ଭିତରକୁ ପଶିଯାଇଥିଲା ବେଳେ ତାକୁ ଘରଭିତରେ କବାଟ ଦେଇ ଅଟକ ରଖାଯାଇଛି। ତୁରନ୍ତ ବନବିଭାଗକୁ ସୂଚନା ଦିଆଯାଇଛି। ବନ ବିଭାଗର ଏକ ଉଦ୍ଧାରକାରୀ ସେଠାକୁ ଆସୁଥିବା, ଯାଜପୁର ରେଂଜର ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କିଛିବର୍ଷ ହେଲା ବରୀର ବିଭିନ୍ନ ଅଞ୍ଚଳରେ ବାରହାମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବେ ବନ୍ୟା ପାଣି ମାଡ଼ିଯାଇଥିବାରୁ ସେମାନେ ଗାଁମୁହାଁ ହୋଇଥିବା ଜଣାପଡ଼ିଛି।

3 days ago
1


