ARTICLE AD BOX
ଯାଜପୁର: ଗେଙ୍ଗୁଟିରେ ଭାସିଯାଇଥିଲେ ଦଂପତି, ବିରୂପା ନଦୀରୁ ଉଦ୍ଧାର ହେଲେ ସ୍ତ୍ରୀ। ଏବେ ବି ସ୍ବାମୀ ନିଖୋଜ ଅଛନ୍ତି । ବରୀ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରଖିଛି। ସୋମବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଉଦ୍ଧାର ହୋଇଥିବା ମହିଳାଙ୍କୁ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ଓ ତାଙ୍କ ପତ୍ନୀ ତିଳୋତ୍ତମା ଓଝା ନଦୀକୁ ଗାଧୋଇବାକୁ ଆସିଥିଲେ। କିନ୍ତୁ ଉଭୟେ ଭାସିଯାଇଥିଲେ । ଖବର ପାଇ ବରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବିରୂପା ନଦୀରୁ ସ୍ତ୍ରୀ ତିଳୋତ୍ତମାଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ସେପଟେ ସ୍ବାମୀ ସୁଧାକର ଓଝା ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତିଳୋତ୍ତମାଙ୍କୁ କେନ୍ଦ୍ରାପଡ଼ା ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି ।
Accident: ମର୍ମନ୍ତୁଦ ଦୁର୍ଘଟଣା: କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ମାଆ-ଶିଶୁ ମୃତ

3 days ago
5


