Whatsapp:ୟୁଜରନେମ୍‌ ପ୍ରସଙ୍ଗରେ ଉତ୍ତର ରଖିଲା ହ୍ବାଟସ୍‌ଆପ୍‌

3 weeks ago 14
ARTICLE AD BOX

ନୂଆଦିଲ୍ଲୀ: ୟୁଜରନେମ୍‌ ମାମଲାରେ କେନ୍ଦ୍ର ସରକାରଙ୍କ ନିକଟରେ ହ୍ବାଟସ୍‌ଆପ୍‌ଉତ୍ତର ରଖିଛି। ସେହି ଉତ୍ତରକୁ ସରକାର ଅନୁଧ୍ୟାନ କରୁଛନ୍ତି। ଅନ୍ୟ କାହାକୁ ମୋବାଇଲ୍‌ ନମ୍ବର ନ ଦେଇ ‘ୟୁଜରନେମ୍‌’ ମାଧ୍ୟମରେ ହ୍ବାଟସ୍‌ଆପ୍‌ରେ ବାର୍ତ୍ତାଳାପ କରିବା ପାଇଁ କମ୍ପାନି ନୂଆ ସୁବିଧା ଘୋଷଣା କରିଥିଲା। କିନ୍ତୁ ତାହା ଜରିଆରେ ପରିଚୟ ଲୁଚାଇ ସାଇବର ଅପରାଧୀମାନେ ଲୋକମାନଙ୍କୁ ଠକିବା ଆଶଙ୍କା ଥିବାରୁ ସରକାର ଏହି ସେବା ଉପରେ ରୋକ ଲଗାଇଥିଲେ ଓ କମ୍ପାନିକୁ ଜବାବ ମାଗିଥିଲେ। ଉତ୍ତରରେ ସନ୍ତୁଷ୍ଟ ନ ହେବା ପର୍ଯ୍ୟନ୍ତ ଭାରତରେ ଏହି ସେବା ଆରମ୍ଭ ନ କରିବାକୁ ସରକାର କମ୍ପାନିକୁୁ ସ୍ପଷ୍ଟ ଭାବେ କହିଥିଲେ।ଏହି ସେବା ଘୋଷଣା ହେବାର ଦୁଇ ଦିନ ଭିତରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ଆହୁରି ପଢନ୍ତୁ:Oil Theft: ରାଜସ୍ଥାନରେ ମାଟି ତଳେ ଚାଲିଥିଲା ଅଶୋଧିତ ତେଲ ଚୋରି

 ସୋସିଆଲ ମିଡିଆରେ ବିଭିନ୍ନ ବର୍ଗର ଲୋକମାନେ ତାହାର ଅପବ୍ୟବହାର ହେବା ଆଶଙ୍କା କରିଥିଲେ। ତେଣୁ ସରକାର ତୁରନ୍ତ କମ୍ପାନିକୁ ନୋଟିସ୍‌ ଜାରି କରି ଜବାବ ଦାଖଲ କରିବାକୁ କହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ସ୍ପଷ୍ଟ କରିଥିଲା ଯେ ଆଲୋଚନା ଶେଷ ନ ହେବା ପର୍ଯ୍ୟନ୍ତ କମ୍ପାନି ଏହି ସେବାକୁ ଭାରତରେ ଆରମ୍ଭ କରିବ ନାହିଁ। ତେବେ ଜବାବ ଦାଖଲ କରିବାକୁ ଏହା ସରକାରଙ୍କଠାରୁ ଅଧିକ ସମୟ ମାଗିଥିଲା। ଗତକାଲି ରାତିରେ କମ୍ପାନି ଏହାର ଜବାବ ଦାଖଲ କରିଥିବା ଜଣାପଡ଼ିଛି।

ଆହୁରି ପଢନ୍ତୁ:Judgement: ରାଜପାଲଙ୍କୁ ଜେଲ୍‌ ଦଣ୍ଡାଦେଶ; ତଳ କୋର୍ଟଙ୍କ ରାୟ କାଏମ୍‌ ରଖିଲେ ଦିଲ୍ଲୀ ହାଇକୋର୍ଟ

ହ୍ବାଟସ୍‌ଆପ୍‌ ହେଉଛି ମାର୍କ ଜୁକରବର୍ଗଙ୍କ ମେଟା ଅଧୀନରେ ପରିଚାଳିତ ହେଉଥିବା ମେସେଜିଂ ପ୍ଲାଟଫର୍ମ ଯାହାର ଭାରତରେ ୫୦ କୋଟିରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ୟୁଜରନେମ୍‌କୁ ନେଇ ସୂଚନା ପ୍ରଯୁକ୍ତି ଆଇନ ଅଧୀନରେ କାହିଁକି କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତାହା ଜଣାଇବାକୁ ହ୍ବାଟସ୍‌ଆପ୍‌କୁ ସରକାର କହିଥିଲେ। ଏହାପରେ ମେଟାର ଅଧିକାରୀମାନଙ୍କ ଏକ ଦଳ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟରେ ପହଞ୍ଚି ଆଲୋଚନା କରିିଥିଲେ। ତେବେ ହ୍ବାଟସ୍‌ଆପ୍‌ର ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ ୟୁଜରନେମ୍‌ ହେଉଛି ଏକ ଇଚ୍ଛାଧୀନ ସେବା। ଏହାକୁ ବାଧ୍ୟତାମୂଳକ କରାଯାଇନାହିଁ। ଭାରତରେ ଏହି ସେବା ଆରମ୍ଭ ମଧ୍ୟ ହୋଇନାହିଁ। ପରିଚୟ ଲୁଚାଇ ସାଇବର୍‌ ଠକମାନେ ଏହି ସେବାର ଅପବ୍ୟବହାର କରିପାରନ୍ତି ବୋଲି ହେଉଥିବା ଅଭିଯୋଗ ସମ୍ପର୍କରେ ସେ କହିଥିଲେ ଯେ ସେଭଳି ଘଟଣାକୁ ରୋକିବା ଲାଗି କମ୍ପାନିର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିଛି। ହ୍ବାଟସ୍‌ଆପ୍‌ ବ୍ୟବହାର କରିବା ପାଇଁ ମୋବାଇଲ୍‌ ନମ୍ବରର ଆବଶ୍ୟକତା ସବୁବେଳେ ରହିବ। ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ନାମରେ ଯେକେହି ୟୁଜରନେମ୍‌ ନେଇପାରିବେ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.