Radio-Collared Tiger Spotted ମାଲକାନଗିରି ମୋଟୁ ରେଞ୍ଜ୍‌ରେ ରେଡିଓ କଲାର୍‌ ଲାଗିଥିବା ବାଘ ଠାବ, ଗ୍ରାମବାସୀଙ୍କୁ ସତର୍କ କଲା ବନ ବିଭାଗ

1 hour ago 1
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ବାଘର ଗତିବିଧିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଜିଲ୍ଲାର ମୋଟୁ ବନାଞ୍ଚଳରେ ଏକ ରେଡିଓ କଲାର୍‌ ଲାଗିଥିବା ବାଘ ଚଳପ୍ରଚଳ କରୁଥିବା ନେଇ ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ବାଘଟି ପାପିକୋଣ୍ଡାଲୁ ଅଞ୍ଚଳରୁ ଆସି ମାଲକାନଗିରି ବନଖଣ୍ଡ ଅଧୀନ ମୋଟୁ ରେଞ୍ଜ୍‌ରେ ବୁଲାବୁଲି କରୁଥିବା ନେଇ ଡିଭିଜନାଲ ଫରେଷ୍ଟ ଅଫିସରଙ୍କ କାର୍ଯ୍ୟାଳୟ ଡିଏଫଓ  ସାଇ କିରଣ ପ୍ରକାଶ କରିଛନ୍ତି।

Leopard skins seized: ଦୁଇ କଲରାପତରିଆ ବାଘଛାଲ ଜବତ: ୬ ଗିରଫ, ତିନି ବାଇକ୍‌ ଜବତ, କନ୍ଧମାଳରେ ଶିକାର କରି ଗଜପତିରେ ବିକ୍ରି!
ସମ୍ପ୍ରତି ବନ ବିଭାଗ ପକ୍ଷରୁ ଆଖପାଖ ଗ୍ରାମଗୁଡ଼ିକରେ ମାଇକ୍‌ ଯୋଗେ ସଚେତନତା କରାଯାଉଛି।  ବାଘର ଚଳପ୍ରଚଳ ହେଉଥିବା ସମ୍ଭାବ୍ୟ ଅଞ୍ଚଳକୁ ନଯିବା, ବାଘକୁ ଦେଖିଲେ ତା'ର ନିକଟକୁ ନଯିବା କିମ୍ବା ତାକୁ ଉତ୍ତେଜିତ ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏଥିସହ ବାଘର ଗତିବିଧି ଉପରେ ନିରନ୍ତର ନଜର ରଖିବା ପାଇଁ ରାପିଡ୍‌ ରେସ୍‌ପନ୍ସ ଟିମ୍‌ (ଆର୍‌ଆର୍‌ଟି) ଓ ବନ ବିଭାଗର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.