Westindies : ଦ୍ବିତୀୟ ଟେଷ୍ଟ୍‌ ଡ୍ର: ୩ ବର୍ଷ ପରେ ଇଣ୍ଡିଜ୍‌ର ଶୃଙ୍ଖଳା ବିଜୟ

3 weeks ago 13
ARTICLE AD BOX

ନର୍ଥସାଉଣ୍ଡ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଘରୋଇ ଟେଷ୍ଟ୍‌କୁ ଡ୍ର ରଖିବା ପରେ ୱେଷ୍ଟଇଣ୍ଡିଜ୍‌ ୩ ବର୍ଷ ପରେ ନାଲିବଲ୍‌ କ୍ରିକେଟ୍‌ ଫର୍ମାଟ୍‌ରେ ପ୍ରଥମ ଶୃଙ୍ଖଳା ବିଜୟୀ ହେବାର ଗୌରବ ଅର୍ଜନ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୨୭ ରନ୍‌ରେ ଅଲ୍‌ଆଉଟ୍‌ର ୧୨ ମାସ ପରେ ଇଣ୍ଡିଜ୍‌ ବ୍ୟାଟର୍‌ ନିଜ ଦମ୍‌ ଦେଖାଇ ଦଳକୁ ଏହି ଐତିହାସିକ ଶୃଙ୍ଖଳା ବିଜୟ ଭେଟି ଦେଇଥିଲେ। ୨୦୨୩ରୁ ଏପଯ୍ୟନ୍ତ ଇଣ୍ଡିଜ୍‌ ୧୧ଟି ଶୃଙ୍ଖଳା ଖେଳିଥିଲା ବେଳେ ଏହା ପ୍ରଥମ ବିଜୟ।

ଆହୁରି ପଢନ୍ତୁ: Assam: ଆସାମରେ ମଣିଷ-ହାତୀ ଲଢ଼େଇ: ବିଗତ ଦଶନ୍ଧିରେ ୧,୧୪୭ ଜଣଙ୍କ ମୃତ୍ୟୁ, ୨୪୬ ହାତୀଙ୍କ ଜୀବନ ଗଲା

ସାର୍‌ ଭିଭିଆନ୍‌ ରିଚାର୍ଡ୍ସ ଷ୍ଟାଡିୟମ୍‌ରେ ଶେଷ ଦିନରେ ଭ୍ରମଣକାରୀ ଦଳ ଶ୍ରୀଲଙ୍କା ନିଜର ଦ୍ବିତୀୟ ପାଳି ୨୫୧/୯ରେ ଘୋଷଣା କରି ଘରୋଇ ଦଳ ସମ୍ମୁଖରେ ୩୦୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ୬୦ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିବାକୁ ଯାଇ ଇଣ୍ଡିଜ୍‌ର ଦୁଇ ଓପନର୍‌ ଜନ୍‌ କ୍ୟାମ୍ପବେଲ୍‌ (୫୧*) ଓ ବ୍ରାଣ୍ଡନ କିଙ୍ଗ (୫୧*) ୪୦ ଓଭରରେ ୧୦୯ ରନ୍‌ ଯୋଡ଼ିଥିଲେ। ତେଣୁ ଫଳାଫଳ ବାହାରିବା ସମ୍ଭବ ନଥିବାରୁ ଉଭୟ ଦଳର ସହମତିରେ ମ୍ୟାଚ୍‌କୁ ଅମ୍ପାୟାର ଡ୍ର ଘୋଷଣା କରିଥିଲେ। ପୂର୍ବରୁ ଶ୍ରୀଲଙ୍କା ପ୍ରଥମ ପାଳିରେ ୫୪୯ ଏବଂ ୱେଷ୍ଟଇଣ୍ଡିଜ୍‌ ୪୯୯ ରନ୍‌ କରିଥିଲା। ୨ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌କୁ ଘରୋଇ ଦଳ ପାଳି ଓ ୨୧୭ ରନ୍‌ରେ ଜିତିଥିଲା। ଇଣ୍ଡିଜ୍‌ର ଜଷ୍ଟିନ୍‌ ଗ୍ରେଭ୍ସ ଉଭୟ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.