ARTICLE AD BOX
ନୂଆଦିଲ୍ଲୀ: ଫେବ୍ରୁଆରି ୨୮ ତାରିଖରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାବତ ୧୩ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଏଯାବତ ନିଖୋଜ ଅଛନ୍ତି। ଅପରେସନ୍ ଏପିକ୍ ଫ୍ୟୁରି ଅଧୀନରେ ଆମେରିକା ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଇରାନ ମଧ୍ୟ ଏହାର ପାଲଟା ଜବାବ ଦେଇ ସଙ୍କଟକୁ ଅଧିକ ବଢ଼ାଇ ଦେଲା। ଯୁଦ୍ଧ ଯୋଗୁ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଛି ଏବଂ ଅନେକ ନାବିକ ମଧ୍ୟ ପ୍ରାଣ ହରାଇଛନ୍ତି।
ଭାରତ ଆଜି ମଧ୍ୟପ୍ରାଚ୍ୟ ସ୍ଥିତି ସଂକ୍ରାନ୍ତରେ ସଦ୍ୟ ସୂଚନା ପ୍ରଦାନ କରିଛି। ମଧ୍ୟପ୍ରାଚ୍ୟ ସ୍ଥିତିକୁ ଭାରତ ଅତି ଭଲଭାବେ ସମୀକ୍ଷା କରୁଥିବା କହିଛି। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ନିକଟରେ ୨ଟି ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ଏଥିରେ ଜଣେ ଭାରତୀୟ ନାବିକଙ୍କର ମୃତ୍ୟୁ ହୋଇଥିଲା ବୋଲି ଜୟସ୍ବାଲ କହିଛନ୍ତି।

2 months ago
19


