ARTICLE AD BOX
ନୟାଗଡ଼: ନୟାଗଡ଼ଜିଲ୍ଲା ଭାପୁର ବ୍ଳକ ଭାଲୁଖାଇ ଆଦିବାସୀ ସାହିରେ ଆଜିକୁ ପାୟ ୧୫ ଦିନ ହେଲା ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ପାଇପ ଯୋଗେ ପାନୀୟ ଜଳ ବନ୍ଦ ଯୋଗୁଁ ମହିଳାମାନେ ବାଲ୍ଟି ଗରା ଧରି ଭାପୁର ବ୍ଳକ କାର୍ଯ୍ୟାଳୟ ପରିସରରେ ବିଡ଼ିଓଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ଦୀର୍ଘ ସମୟ ଧରି ବସିରହିଥିଲେ। ମାତ୍ର ବିଡ଼ିଓ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁପସ୍ଥିତ ଥିବାରୁ ମହିଳାମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ।
ଭାଲୁଖାଇ ଗ୍ରାମଟି ଗୋଟିଏ ୱାର୍ଡ ବିଶିଷ୍ଠ ଲୋକସଂଖ୍ୟା ପ୍ରାୟ ୬ ଶହରୁ ଉର୍ଦ୍ଧ ବସବାସ କରିଥାନ୍ତି।ପାଇପ ପାଣି ବନ୍ଦ ଯୋଗୁଁ ଲୋକମାନେ ନାହିଁ ନଥିବା ଦୃଦଶା ଭୋଗୁଛନ୍ତି।ଏହି ଘଟଣା ସମ୍ବନ୍ଧରେ ବାରମ୍ବାର ସ୍ଥାନୀୟ ସରପଞ୍ଚ ଏବଂ ବିଭାଗୀୟ ବାବୁ ମାନଙ୍କୁ ଜଣାଇଲେ ମଧ୍ୟ କିଛିବି ସୁଫଳ ମିଳି ନଥିଲା। ଶେଷରେ ଉତ୍ୟକ୍ତ ମହିଳା ୩ ଘଣ୍ଟା କାଳ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଥିଲେ ମଧ୍ୟ ମହିଳାମାନଙ୍କ ଅସୁବିଧା ବୁଝିବା ପାଇଁ କୌଣସି ଅଧିକାରୀ ଆସି ନଥିଲେ। ଶେଷରେ ଉତ୍ୟକ୍ତ ମହିଳାମାନେ ନିରାଶ ହୋଇ ନିଜନିଜ ଘରକୁ ଫେରି ଯାଇଛଥିବା ଜଣାପଡିଛି। ଆଗାମୀ ଦିନରେ ଯଦି ପାନୀୟ ଜଳ ସୁବିଧା ନହୁଏ ତେବେ ଆନ୍ଦୋଳନ ଜୋରଦାର ହେଵବୋଲି ଚରମ ବାଣି ଶୁଣାଇଛନ୍ତି ଗ୍ରାମବାସୀ।

2 weeks ago
4


