Kumar Purnima celebration: ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ; କଥା କହିଲା ଓଡ଼ିଆ ସଂସ୍କୃତି

44 minutes ago 1
ARTICLE AD BOX

ଅହମଦାବାଦ: ଗୁଜରାଟର ଗାନ୍ଧୀନଗରରେ ଅହମଦାବାଦ ଓଡ଼ିଶା ସୋସିଓ କଲଚରାଲ ଆସୋସିଏସନ ତରଫରୁ ପବିତ୍ର କୁମାର ପୂର୍ଣ୍ଣିମା ପର୍ବ ମହା ସମାରୋହରେ ପାଳନ କରାଯାଇଛି। ଉତ୍ସବ ସ୍ଥଳୀ ଗାନ୍ଧୀନଗରର ଅଡାଲଜସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣକୁ ଏହି ଉପଲକ୍ଷେ ଖୁବ ସୁନ୍ଦର ଭାବେ ସଜାଯାଇଥିବା ଦେଖାଯାଇଥିଲା। ଏହି ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ସମୃଦ୍ଧ ସଂସ୍କୃତି, ଗୌରବମୟ ଐତିହ୍ୟ ଓ ଉତ୍ତୁଙ୍ଗ ଆଧ୍ୟାତ୍ମିକ ପରମ୍ପରାର ଭବ୍ୟ ପ୍ରଦର୍ଶନ ସ୍ଥାନ ପାଇଥିଲା। ଗୁଜରାଟର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ  ଓଡ଼ିଆ ଓ ଅଣ-ଓଡ଼ିଆ ବ୍ୟକ୍ତି ନିଜ ପରିବାର ସହିତ ଆସି ଏହି ବିଶାଳ ସାଂସ୍କୃତିକ ମହୋତ୍ସବରେ ଭାଗ ନେଇଥିଲେ। ଏହି ବର୍ଷର ପାର୍ବଣକୁ କେନ୍ଦ୍ରକରି ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଅସାଧାରଣ ଆଗ୍ରହ, ଅପ୍ରତ୍ୟାଶିତ ଉତ୍ସାହ ଓ ଅଭୂତପୂର୍ବ  ଉଦ୍ଦୀପନା  ପରିଲ୍ଲଖିତ କରା ଯାଇଥିଲା।

ଓଏସସିଏ ଗତ ଅନେକ ବର୍ଷ ଧରି ଗୁଜରାଟରେ ଓଡ଼ିଶାର ପୁରାତନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ସଂରକ୍ଷଣ କରିବା ଓ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡ଼ିଆ ସମୁଦାୟକୁ ଏକତ୍ରିତ କରି କୁମାର ପୂର୍ଣ୍ଣିମା ପାଳନ କରି ଆସୁଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅହମଦାବାଦ ମ୍ୟୁନିସିପାଲ୍ କର୍ପୋରେସନ୍‌ର ମ୍ୟୁନିସିପାଲ୍ କମିସନର ବାଞ୍ଛାନିଧି ପାଣି ଏବଂ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ପି.କେ. ପୁଜାରୀ ଯୋଗ ଦେଇ ଗୁଜରାଟରେ ଓଡ଼ିଶାର ମହାନ ପର୍ବ ପର୍ବାଣୀ ପରମ୍ପରାକୁ ଜୀବନ୍ତ ରଖିବା ନେଇ ଓଏସସିଏର ସାଧୁ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମାକୁ ସାଂସ୍କୃତିକ ଗୌରବ, ଭକ୍ତି ଓ ସମୁଦାୟ ଏକତାର ଏକ ସ୍ମରଣୀୟ ଅବସର ଭାବେ ବର୍ଣ୍ଣନା କରି ଓଏସସିଏର ସଭାପତି ଏବଂ ଭାରତ ସରକାରଙ୍କ ପୂର୍ବତନ ସଚିବ ଏଚ.କେ. ଦାଶ ଏକ ଶୁଭକାମନା ବାର୍ତ୍ତାରେ ଉତ୍ସବର ସଫଳତା କାମନା କରିଥିଲେ।

Kumar Purnima: କୁମାର ପୂର୍ଣ୍ଣିମା ୨୦୨୬: କ୍ଷୀରି ଖାଇବାର କ’ଣ ରହିଛି ମହତ୍ତ୍ବ ଜାଣନ୍ତୁ

ସମାବେଶକୁ ସମ୍ବୋଧନ କରି ଓଏସସିଏର ସାଧାରଣ ସମ୍ପାଦକ ବଦ୍ରୀ ନାରାୟଣ ମହାପାତ୍ର, ଆମର  ସାଂସ୍କୃତିକ ବନ୍ଧନକୁ ଦୃଢ଼ୀଭୁତ କରିବା, ଯୁବ ପିଢୀକୁ ନିଜ ମୂଳ ଭିଟ୍ଟା ମାଟି ସହିତ ଯୋଡ଼ି ହୋଇ ରହିବା ପାଇଁ ପ୍ରେରଣା  ଯୋଗାଇବା ଏବଂ ଓଡ଼ିଶାର କାଳଜୟୀ ପରମ୍ପରା, ଆଧ୍ୟାତ୍ମିକ ଐତିହ୍ୟ ଓ କଳାତ୍ମକ ଉତ୍କର୍ଷତାକୁ ବିସ୍ତୃତ ସମାଜ ସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ଏକ ପ୍ରଖର ମଞ୍ଚ ପ୍ରଦାନ କରିବା,ଏହି ଉତ୍ସବର ମୁଖ୍ୟ ଲକ୍ଷ ବୋଲି ଦର୍ଶାଇଥିଲେ।

ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଖ୍ୟାତ ଓଡ଼ିଆ ଗାୟକ ଶ୍ରୀଚରଣ ମହାନ୍ତିଙ୍କ ଦ୍ୱାରା ମଞ୍ଚସ୍ଥ ଏକ ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ଶ୍ରୀ ମହାନ୍ତି ନିଜର ଅନେକ  ଭାବୋଦ୍ଦୀପକ ଭଜନ ଓ ଲୋକପ୍ରିୟ ଓଲିଉଡ ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡ଼ଃ ନିବେଦିତା ସାହୁ,ଡ଼ଃ ରମାକାନ୍ତ ପୃଷ୍ଟି, ଉଷାରାଣୀ ତ୍ରିପାଠୀ, ନିଗମାନନ୍ଦ ଦାସ,ନାରାୟଣ ସ୍ୱାଇଁ, ରବିରଞ୍ଜନ ପଣ୍ଡାଏବଂ ଓଏସସିଏର ଅନେକ ବରିଷ୍ଠ ପୂର୍ବତନ ପଦାଧିକାରୀ ଅନ୍ତର୍ଭୁକ୍ତ ଥିଲେ।                                

ଉତ୍ସବକୁ ସକ୍ଷମତାର ସହ ଆୟୋଜନ ଏବଂ ସଫଳତାର ସହ ସମାପନ କରିବାରେ ଓଏସସିଏର ସାଧାରଣ ସମ୍ପାଦକ ବଦ୍ରୀ ନାରାୟଣ ମହାପାତ୍ର,  ସାଂସ୍କୃତିକ ସମ୍ପାଦକ ଦିଲ୍ଲୀପ କୁମାର ଜେନା ଏବଂ ସଦସ୍ୟ ଯଥା ସନ୍ଧ୍ୟା ପଣ୍ଡା, ଜିତେନ୍ଦ୍ର ଖାଡ଼ଙ୍ଗା,ରୋହିତ ନାୟକ,ରାଜେଶ ସାମଲ, ବିଶ୍ୱରୂପ, ଦିଲ୍ଲୀପ ବଳ, ଗଣେଶ ସାବତ, ସୁଶୀଳ ନାୟକ, ପିତାମ୍ବର ପୁହାଣ, ଅଭୟ ବେହେରା, ଅମୂଲ୍ୟ, କାଳିଆ, ପ୍ରମୋଦ ସ୍ୱାଇଁ, ତାପସ ବିଶ୍ୱାସ, କେଦାର ପାତ୍ର, ବିକ୍ରମ ସିଂହ,ବୁଦ୍ଧିରାମ, ରାଜୁ, ମୀନା, ଅଜୟ ରାଉତ, ବିନୋଦ ଛତ୍ରାଇ, ମାଧବ ଜେନା, ଧୀରୁ ମଲ୍ଲିକ, ବିଶ୍ୱପ୍ରକାଶ, ଅସିତ ସେନାପତି, ଅରୁଣ ସିଂହ, ନିରଞ୍ଜନ ଦାସ, ମନୋଜ ସ୍ୱାଇଁ, ଅଜୟ, ମିଣ୍ଟୁ ଲେଙ୍କା, ପଦ୍ମଲୋଚନ ପଣ୍ଡା, ଦିଲ୍ଲୀପ ସାହୁ, ଭାଗିରଥି ନାୟକ ଏବଂ ପବିତ୍ର ପ୍ରମୁଖ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.