Viksit Odisha ରାଜାରାଣୀ‌ ଖେଳ ଜରିଆରେ ସରପଞ୍ଚଙ୍କୁ ‘ବିକଶିତ ଓଡ଼ିଶା’ ପ୍ରଶିକ୍ଷଣ

3 weeks ago 14
ARTICLE AD BOX

ଭୁବନେଶ୍ୱର:  ସୀମିତ ପାଣ୍ଠି, ନିର୍ଦ୍ଧାରିତ ସମୟ ଏବଂ ଲୋକଙ୍କ ବିଭିନ୍ନ ଆବଶ୍ୟକତାକୁ ସଠିକ୍‌ ପ୍ରାଥମିକତା ନିର୍ଦ୍ଧାରଣ କରି ଏକ ପ୍ରଭାବଶାଳୀ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡ଼ିପି) ପ୍ରସ୍ତୁତ କରିବା ପାଇଁ ଅଭିନୟ ଉପାୟ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ( ଏସଆଇଆରଡ଼ି ଓ ପିଆର) ପକ୍ଷରୁ ଆୟୋଜିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିରେ ପ୍ରକଳ୍ପ ପରିଚାଳନାର ପ୍ରାସଙ୍ଗିକତା ସମ୍ପର୍କରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। 

Sarpanch Training (1)

ଏହି ଅଧିବେଶନକୁ ଏସଆଇଆରଡ଼ି ଓ ପିଆର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ପାତ୍ର ପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବାଲେଶ୍ଵର, ବୌଦ୍ଧ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର ଓ ସୋନପୁର ଜିଲ୍ଲାରୁ ୬୩ ଜଣ ସରପଞ୍ଚ ଯୋଗ ଦେଇଥିଲେ। 

FIR against corrupt Sarapanch ୪୭ଲକ୍ଷ ଟଙ୍କା ହଡ଼ପ, ବାଲିଆ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ନାମରେ ଏତଲା

ଅଧିବେଶନରେ ଯୋଗଦେଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇ ପ୍ରତ୍ୟେକ ଦଳକୁ ୫୦୦ ଟଙ୍କାର ବଜେଟ୍‌ ପ୍ରଦାନ କରାଯାଇଥିଲା। ଉଭୟ ଦଳ ମଧ୍ୟରୁ ଜଣଙ୍କୁ ରାଜା ଓ ଅନ୍ୟ ଜଣଙ୍କୁ ରାଣୀ ଚୟନ କରି ସଜାଇବାର ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଥିଲା। ମାତ୍ର ୨୦ ମିନିଟ୍‌ ମଧ୍ୟରେ ରାଜା, ରାଣୀଙ୍କ ଆବଶ୍ୟକତା ଅନୁଯାୟୀ ବଜାରରୁ ଆବଶ୍ୟକ ସାମଗ୍ରୀ ଯଥା ପେପର, କଇଁଚି, ଷ୍ଟାପଲର୍, ଅଠା, ରବର, ସେଫ୍ଟି ପିନ୍ , ସ୍କେଚ୍ ପେନ୍ ଆଦି କିଣିବାକୁ ସେମାନଙ୍କୁ କୁହାଯାଇଥିଲା। ଖେଳ ଜରିଆରେ ପ୍ରକଳ୍ପ ପରିଚାଳନାର ମୂଳ ଶିକ୍ଷାକୁ ପ୍ରଶିକ୍ଷାର୍ଥୀମାନଙ୍କ ସମ୍ମୁଖରେ ବ୍ୟାଖ୍ୟା କରାଯାଇଥିଲା। ୫୦୦ ଟଙ୍କାର ବଜେଟ୍‌ ହେଉଛି ଗ୍ରାମ ପଞ୍ଚାୟତ ପାଖରେ ଉପଲବ୍ଧ ସୀମିତ ପାଣ୍ଠି। ସେହିପରି ରାଜା, ରାଣୀଙ୍କୁ ସଜାଇବା ପାଇଁ ଆବଶ୍ୟକ ସାମଗ୍ରୀ ଚୟନ, ଗ୍ରାମବାସୀଙ୍କ ପ୍ରକୃତ ଆବଶ୍ୟକତାର ଆକଳନ ଓ ପ୍ରାଥମିକତା ନିର୍ଦ୍ଧାରଣକୁ ପ୍ରତିଫଳିତ କରୁଛି। ଖେଳର ୨୦ ମିନିଟ୍‌ର ସମୟସୀମା ଗ୍ରାମ ପଞ୍ଚାୟତ ଯୋଜନା ପ୍ରସ୍ତୁତି ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ନିର୍ଦ୍ଧାରିତ ସମୟସୀମାକୁ ଦର୍ଶାଉଥିଲା। ଗ୍ରାମ ପଞ୍ଚାୟତଗୁଡ଼ିକ କିପରି ନିଜସ୍ୱ ଆୟ ବୃଦ୍ଧି କରିପାରିବେ, ସେମାନଙ୍କ ପାଖରେ ଏଥିପାଇଁ କେଉଁ କେଉଁ ଉତ୍ସ ରହିଛି ଏବଂ ଉପଲବ୍ଧ ସମ୍ବଳର ଯୋଜନାବଦ୍ଧ ଓ ପ୍ରଭାବଶାଳୀ ବିନିଯୋଗ ଉପରେ ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଛି। 

Sarpanch: ଚର୍ଚ୍ଚାରେ ସରପଞ୍ଚ

ଏଥି ସହ ଗ୍ରାମବାସୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଦୃଢ଼, ବାସ୍ତବମୁଖୀ ଓ ଫଳପ୍ରଦ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତି ପାଇଁ ଆବଶ୍ୟକ ଜ୍ଞାନ ଓ ବ୍ୟାବହାରିକ ଦକ୍ଷତା ବିକାଶ ଉପରେ ମଧ୍ୟ ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସରପଞ୍ଚମାନେ ନିଜ ନିଜ ପଞ୍ଚାୟତର ନିଜସ୍ୱ ଆୟ ବୃଦ୍ଧି କରି ଆତ୍ମନିର୍ଭରଶୀଳ ପଞ୍ଚାୟତ ଗଠନ ସହ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ର ଲକ୍ଷ୍ୟ ହାସଲ ଦିଗରେ ସକ୍ରିୟ ଭୂମିକା ନିର୍ବାହ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.