ARTICLE AD BOX
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗତ ୧ ତାରିଖରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ଜେଲ୍ରୁ ମୁକୁଳିଥିବା ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଗଞ୍ଜାମଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ଜେଲ୍ରୁ ସାକ୍ଷୀ ଲଳିତମୋହନ ମଙ୍ଗରାଜଙ୍କୁ ଧମକ ଦେବା ଅଭିଯୋଗରେ ଗୋସାଣୀନୂଆଗାଁ ଥାନା ପୁଲିସ ଏହି ମାମଲା ରୁଜୁ କରିଛି। ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ ଓ ଜେଲ୍ ଡାକ୍ତର ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କିତ ସିସିଟିଭି ଫୁଟେଜ୍ ସହ ବିଭିନ୍ନ ବୈଷୟିକ ପ୍ରମାଣ ପୁଲିସ ହାତରେ ଲାଗିଥିବା ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍. ସୂଚନା ଦେଇଛନ୍ତି।
800-page report: ସରକାରଙ୍କ ହାତରେ ୮୦୦ ପୃଷ୍ଠାର ରିପୋର୍ଟ: ଶିକ୍ଷକ, ଅଧ୍ୟାପକଙ୍କ ଦାବିଗୁଡ଼ିକ ପୂରଣ ହେବ ତ
ଜେଲ୍ ଡାକ୍ତରଙ୍କ ଫୋନ୍ରୁ ସାକ୍ଷୀଙ୍କୁ ଧମକ, ମାମଲା ରୁଜୁ
ସହଯୋଗୀ ମଦନ ଓ ଡାକ୍ତର ବି ଫସିଲେ
ଡାକ୍ତରଙ୍କ ବିରୋଧରେ ସରକାରଙ୍କୁ ଜଣାଇବ ପୁଲିସ
ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖରେ ବିକ୍ରମ ଓ ମଦନ ଜେଲ୍ ଡାକ୍ତର ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ଡାକ୍ତର ପାଣିଗ୍ରାହୀ ଉକ୍ତ ସାକ୍ଷୀଙ୍କୁ ହ୍ୱାଟସଆପ୍ରେ କଲ୍ କରି କଥା ହୋଇଥିଲେ। ‘ତୁମ ସହ ବିକ୍ରମ କଥା ହେବାକୁ ଚାହୁଁଛନ୍ତି’ କହିବା ସହ ବିକ୍ରମଙ୍କୁ ଫୋନ ଦେଇଥିଲେ। ସିସିଟିଭିରୁ ବର୍ତ୍ତିବା ପାଇଁ ବିକ୍ରମ ମୋବାଇଲ୍ ନେଇ ଅନ୍ୟ ଏକ କୋଠରିକୁ ଯାଇ ସାକ୍ଷୀଙ୍କୁ ଧମକ ଦେଇଥିଲେ। ଏହାସହ ମଦନ ବି ତାଙ୍କୁ ଧମକ ଦେଇଥିବା ସଂକ୍ରାନ୍ତରେ ଚଳିତ ମାସ ୧ ତାରିଖରେ ସାକ୍ଷୀ ଶ୍ରୀ ମଙ୍ଗରାଜ ଗୋସାଣୀନୂଆଗାଁ ଥାନାରେ ଏତଲା ଦେଇଥିଲେ। ଫୋନ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ସେ ପୁଲିସ ନିକଟରେ ଦାଖଲ କରିଛନ୍ତି। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରିଥିବାବେଳେ ଏକ ଟିମ୍ ଜେଲ୍କୁ ଯାଇ ଡା.ସୁଶାନ୍ତଙ୍କୁ ପଚରାଉଚରା କରିବା ସହ ମୋବାଇଲ ଏବଂ ସିସିଟିଭି ଫୁଟେଜ୍ ଜବତ କରିଛି।
Bharatpur forest: ଭୁଶୁଡ଼ୁଛି ଭରତପୁର ଜଙ୍ଗଲ ପାଚେରି
ସମସ୍ତ ବୈଷୟିକ ପ୍ରମାଣ ହାସଲ ପରେ ଗତକାଲି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡାକ୍ତର ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ ପରେ ଏ ନେଇ ପୁଲିସ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି। ମଦନ ଜେଲ୍ରେ ଥିବା ବେଳେ ବିକ୍ରମ ଜାମିନରେ ଅଛନ୍ତି। ତେଣୁ ବିକ୍ରମ ଓ ସୁଶାନ୍ତଙ୍କୁ ଗିରଫ କରିବାକୁ ପୁଲିସ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଶ୍ରୀ ମଙ୍ଗରାଜ କହିଛନ୍ତି, ସାକ୍ଷ୍ୟ ନ ଦେବା ଲାଗି ଗତ ୨୮ ତାରିଖରେ ତାଙ୍କୁ ଡାକ୍ତରଙ୍କ ଫୋନରୁ ବିକ୍ରମ ପ୍ରଲୋଭନ ଦେଖାଇଥିଲେ। କିନ୍ତୁ ସେଥିରେ ରାଜି ନ ହେବାରୁ ଧମକ ଦେଇଥିଲେ। ୧ ତାରିଖରେ ଆଉ ଦୁଇ ଜଣ ଅଜଣା ଲୋକ ତାଙ୍କୁ ଆସି ଧମକାଇଥିଲେ। ଏ ସଂକ୍ରାନ୍ତରେ ସେ ୧ ତାରିଖରେ ଥାନାରେ ଜଣାଇଛନ୍ତି।

17 hours ago
2


