Shooting: ଗୁଆହାଟୀ ହୋଟେଲ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଗୁଳିରେ ନିହତ

42 minutes ago 1
ARTICLE AD BOX

ଗୁଆହାଟୀ:ଆସାମର ଗୁଆହାଟୀସ୍ଥିତ ହୋଟେଲ ବିଲାସ ଇନ୍‌ରେ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଘନକାନ୍ତ ଗୋଗୋଇ ପୁଲିସ ଗୁଳିରେ ପ୍ରାଣ ହରାଇଛି। ବୁଧବାର ଭୋର ସମୟରେ ଶିବସାଗର ଜିଲ୍ଲାର ଗୌରୀସାଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଅକ୍ଟୋବର ୨୬ ତାରିଖରେ ହୋଟେଲରେ ହୋଇଥିବା ଗୁଳିକାଣ୍ଡରେ ପାଞ୍ଚ ଜଣଙ୍କ ମୃତ୍ୟୁ ଓ ଜଣେ ଆହତ ହୋଇଥିଲେ।

ପୁଲିସ ସୂଚନା ଅନୁଯାୟୀ, ଅନ୍ୟ ଏକ ମାମଲାରେ ପଚରାଉଚରା ପାଇଁ ଘନକାନ୍ତଙ୍କୁ ଗୁଆହାଟୀରୁ ଶିବସାଗର ନିଆଯାଉଥିଲା। ବାଟରେ ପରିସ୍ରା କରିବାକୁ ଯିବା ବାହାନାରେ ସେ ତଦନ୍ତକାରୀ ଅଧିକାରୀଙ୍କ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା। 

ଗୁଳି ଆଘାତରେ ଗୁରୁତର ହୋଇଥିଲେ ଦେବାଶିଷ ଶର୍ମା
ଏହି ସମୟରେ ଧସ୍ତାଧସ୍ତି ହେବାରୁ ଅଧିକାରୀ ଦେବାଶିଷ ଶର୍ମା ଗୁଳି ଆଘାତରେ ଗୁରୁତର ହୋଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ତାଙ୍କ ସର୍ଭିସ୍ ରାଇଫଲ୍‌ରୁ ଗୁଳି ଚଳାଇଥିଲେ, ଯେଉଁଥିରେ ଗୋଗୋଇ ଆହତ ହୋଇଥିଲେ। ଆହତ ଘନକାନ୍ତକୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ବିଲାସ ଇନ୍‌ ଗୁଳିକାଣ୍ଡ ପଛରେ ହୋଟେଲର ଭଡ଼ା ଓ ପରିଚାଳନାକୁ ନେଇ ବିବାଦ ଥିବା ଜଣାପଡ଼ିଛି। ମୃତ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣ ହୋଟେଲ ମାଲିକଙ୍କ ପରିବାରର ଥିଲେ।

Indian Navy: ୨ ଭାରତୀୟ ନୌସେନା ଅଧିକାରୀଙ୍କର ହେବ କୋର୍ଟ-ମାର୍ଶାଲ: ପ୍ରକ୍ରିୟା ଆରମ୍ଭ କଲା ନୌସେନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.