ARTICLE AD BOX
ଚେନ୍ନାଇ:ତାମିଲନାଡୁ ସରକାର ୨୦୨୬-୨୭ ବଜେଟରେ ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି। ସରକାର ମହିଳାଙ୍କ ପାଇଁ ୮ ଗ୍ରାମର ସୁନା ମୁଦ୍ରା ଏବଂ ରେଶମ ଶାଢ଼ି ଯୋଜନାରେ ୮୧୨ କୋଟି ଟଙ୍କାର ପ୍ରସ୍ତାବ ଆଗତ କରିଛନ୍ତି। ଏହାକୁ ଝିଅ ବିବାହ ସମୟରେ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ତାଙ୍କ ନିର୍ବାଚନ ଇସ୍ତାହାରରେ ମହିଳାମାନଙ୍କୁ ଉପହାର ଦେବାକୁ ଘୋଷଣା କରିଥିଲେ। ଏବେ ବଜେଟରେ ଏନେଇ ଘୋଷଣା କରାଯାଇଛି। ବୁଧବାର ତାମିଲନାଡୁ ଅର୍ଥମନ୍ତ୍ରୀ ଏନ. ମେରୀ ୱିଲସନ୍ ବିଧାନସଭାରେ ଟିଭିକେ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି।
ହଜ୍ ଯାତ୍ରୀଙ୍କ ପାଇଁ ସବସିଡି ବୃଦ୍ଧି
ସେ କହିଛନ୍ତି, ରାଜ୍ୟକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଟେଣ୍ଡରରେ କିଛି ଦଳ ଏବଂ ବ୍ୟକ୍ତିବିଶେଷ ପାଇଥିବା ‘କଟ’ ବା କମିସନକୁ ବନ୍ଦ କରିଥିବାରୁ ୱିଲସନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ୱିଲସନ କହିଛନ୍ତି ଯେ ପ୍ରଥମ ଥର ହଜ୍ ଯାତ୍ରୀଙ୍କ ପାଇଁ ସବସିଡି ୨୫ ହଜାର ଟଙ୍କାରୁ ୩୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ସେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ରଦ୍ଦ କରିବାକୁ ଦାବି କରିବା ସହ କେନ୍ଦ୍ର ସରକାରଙ୍କୁ ଦ୍ୱାଦଶ ଶ୍ରେଣୀ ମାର୍କ ଉପରେ ଆଧାରିତ ପୁରୁଣା ପ୍ରବେଶ ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବାକୁ ଅନୁରୋଧ କରିଛନ୍ତି।
Israel: ହମାସ ଅସ୍ତ୍ର ସମର୍ପଣ ନକରିବା ପର୍ଯ୍ୟନ୍ତ ଆମେ ପଛକୁ ହଟିବୁ ନାହିଁ: ପୁଣି ସର୍ତ୍ତ ରଖିଲା ଇସ୍ରାଏଲ
ଅର୍ଥମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ତାମିଲନାଡୁକୁ ଅନ୍ତର୍ଜାତୀୟ କ୍ରୀଡାରେ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୧୦ଟି ଅଲିମ୍ପିକ୍ ଉତ୍କର୍ଷ କେନ୍ଦ୍ର ନିର୍ମାଣ ପାଇଁ ୫.୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

1 day ago
2


