ARTICLE AD BOX
ରାୟଗଡ଼ା: ଭିଜିଲାନ୍ସ ଜାଲରେ ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ସର୍କିଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ। ଜଣେ ହିତାଧିକାରୀଙ୍କ ଠାରୁ ପଟା ଟ୍ରାନ୍ସଫର କରିବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଚଢ଼ାଉ ସମୟରେ ରାୟଗଡ଼ା , ଭବାନୀପାଟଣା ଓ ଜୟପୁର ଭିଜିଲାନ୍ସ ବିଭାଗର ଟିମ୍ ସାମିଲ ଥିଲେ ।
Death: ବିଲରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଲା, ଚାଲିଗଲା ଚାଷୀଙ୍କ ଜୀବନ
ତହସିଲ ଅଫିସ କାର୍ଯ୍ୟଳୟରେ ଚଢ଼ାଉ
ପୁରୁଣା ତହସିଲ ଅଫିସ କାର୍ଯ୍ୟଳୟରେ ଚଢ଼ାଉ କରି ଭିଜିଲାନ୍ସ ବିଭାଗ ରଙ୍ଗ ବୋଲା ଯାଇଥିବା ଟଙ୍କା ଜବତ କରିଛି । ପରେ ଗୁଣପୁର ତହସିଲ କାର୍ଯ୍ୟଳୟରେ ପହଂଚି ତହସିଲଦାରଙ୍କ ସହ ଘଟଣା ସମ୍ପର୍କରେ ଅବଗତ କରିବା ସହ ଗୁଣପୁର ପୌର ପରିଷଦ ଶ୍ରୀନଗର ସ୍ଥିତ ଭଡା ଘରେ ଓ ସିରିଝୋଲିର ଅଫିସରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୨ ଜଣ ଡିଏସପି, ୩ ଇନ୍ସପେକ୍ଟର, ଏଏସଆଇ ୩ ଜଣଙ୍କ ସମେତ ଏକ ୧୫ ଜଣିଆ ଟିମ୍ ସାମିଲ ଥିଲେ ।

2 weeks ago
12


