ARTICLE AD BOX
ହୋଚିମିନ୍ ସିଟି: ଚଳିତ ଭିଏତ୍ନାମ ଓପନ୍ ବିଡବ୍ଲ୍ୟୁଏଫ୍ ସୁପର ୧୦୦ ପ୍ରତିଯୋଗିତାର ମହିଳା ଏକକରେ ଭାରତୀୟ ତାରକା ଈଶା ବରୁଆ ଉପବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ରବିବାର ଫାଇନାଲ୍ରେ ଏହି ଭାରତୀୟ ୨୨ ବର୍ଷୀୟା ଯୁବତୀ ୮-୨୧, ୧୫-୨୧ରେ ଥାଇଲାଣ୍ଡର ସାରୁନରାକ ଭିତିଦ୍ସର୍ନଙ୍କଠୁ ହାରି ଯାଇଥିଲେ। ୪ ବର୍ଷ ପରେ ଉଭୟ ପ୍ରଥମ ଥର ମୁହାଁମୁହିଁ ହୋଇଥିଲା ବେଳେ ସାରୁନରାକ୍ ବିଜୟୀ ହୋଇ ବ୍ୟବଧାନକୁ ୨-୦ରେ ପହଞ୍ଚାଇଛନ୍ତି।
ଏକମାତ୍ର ଭାରତୀୟ ଭାବେ ଫାଇନାଲ୍ ଖେଳିିଥିବା ଖେଳାଳି
ଶେଷ ଥର ଲାଗି ୨୦୨ରେ ଇଣ୍ଡିଆ ଜୁନିୟର ଇଣ୍ଟରନ୍ୟାସନାଲ୍ ଗ୍ରାଣ୍ଡ ପ୍ରିକ୍ସରେ ସାରୁନରାକ୍ଙ୍କଠୁ ଈଶା ହାରିଥିଲେ। ଏହା ଈଶାଙ୍କ ଦ୍ବିତୀୟ ବିଡବ୍ଲ୍ୟୁଏଫ୍ ଟୁର୍ ୧୦୦ ପ୍ରତିଯୋଗିତା ଫାଇନାଲ୍ ଥିଲା। ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବରରେ ଓଡ଼ିଶା ମାଷ୍ଟର୍ସ ଫାଇନାଲ୍ରେ ସାଥୀ ଭାରତୀୟ ଖେଳାଳି ଉନ୍ନତି ହୁଦାଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ଚଳିତ ପ୍ରତିଯୋଗିତାରେ ଏକ ମାତ୍ର ଭାରତୀୟ ଭାବେ ଫାଇନାଲ୍ ଖେଳିିଥିବା ଈଶା ସେମିଫାଇନାଲ୍ରେ ନିଜ ଦେଶର ତାରକା ଖେଳାଳି ତନ୍ବୀ ଶର୍ମାଙ୍କୁ ପରାସ୍ତ କରିଥିଲେ।

4 days ago
6


