ARTICLE AD BOX
ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ଖେଳିବା ପରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆଘାତ ଜନିତ ସମସ୍ୟା ପାଇଁ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ। ଏହି ନୂଆ ଆଘାତ ସମସ୍ୟରୁ ମୁକୁଳିବାକୁ ତାଙ୍କୁ ଆହୁରି କିଛି ଦିନ ଲାଗିଯିବ।
/sambad/media/media_files/2026/09/16/16bbs_25_16092026_112-2026-09-16-17-01-43.jpg)
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ଖେଳିବା ପରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆଘାତ ଜନିତ ସମସ୍ୟା ପାଇଁ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ। ଏହି ନୂଆ ଆଘାତ ସମସ୍ୟରୁ ମୁକୁଳିବାକୁ ତାଙ୍କୁ ଆହୁରି କିଛି ଦିନ ଲାଗିଯିବ। ତେଣୁ ଚଳିତ ମାସ ୧୯ ତାରିଖରୁ ଜାପାନର ଆଇଚି-ନଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ଘୋଷିତ ଭାରତୀୟ ଦଳରୁ ବରୁଣଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଯୁବ ଲେଗ୍-ସ୍ପିନ୍ ଅଲ୍ରାଉଣ୍ଡର ବିପ୍ରଜ ନିଗମଙ୍କୁ ଦଳରେ ସାମିଲ କରାଯାଇଛି। ୨୨ ବର୍ଷୀୟ ନିଗମ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୧୯ ମ୍ୟାଚ୍ ଖେଳି ୧୩ ୱିକେଟ୍ ଅକ୍ତିଆର କରିଛନ୍ତି। ସେ ମଧ୍ୟ ବଡ଼ ସଟ୍ ମାରିବାରେ ମାହିର୍। ଆଇପିଏଲ୍ କ୍ୟାରିୟର୍ରେ ନିଗମ ୧୭୬ ଷ୍ଟ୍ରାଇକ୍ରେଟ୍ରେ ରନ୍ ସଂଗ୍ରହ କରିଛନ୍ତି। ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ଚଳିତ ମାସ ୨୪ରୁ ଖେଳାଯିବ। ଭାରତ ସିଧାସଳଖ କ୍ବର୍ଟରଫାଇନାଲ୍ରୁ ଅଭିଯାନ ଆରମ୍ଭ କରିବ।
ସମ୍ବଲପୁରରେ ସ୍ଥାପିତ ହେଲା ନୂତନ ଡିପ୍ଲର୍ ରାଡାର୍, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଥମ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
1


