Vande Mataram Row: ‘ବନ୍ଦେ ମାତରମ୍‌’ ସମ୍ପୂର୍ଣ୍ଣ ଗାନ ବେଳେ ଛିଡ଼ା ହୋଇ ରହିଲେ ଓମର ଅବଦୁଲ୍ଲା, କଂଗ୍ରେସ ପକ୍ଷରୁ ଆପତ୍ତି

1 week ago 7
ARTICLE AD BOX

ଶ୍ରୀନଗର: ‘ବନ୍ଦେ ମାତରମ୍‌’ ସମ୍ପୂର୍ଣ୍ଣ ଗାନ କରାଯିବା ସମୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଛିଡ଼ା ହୋଇ ରହିବାକୁ ନେଇ କଂଗ୍ରେସର ସହଯୋଗୀ ନ୍ୟାସନାଲ କନଫରେନ୍ସ ସହିତ ବିବାଦ ଦେଖାଯାଇଛି। କଂଗ୍ରେସ ନ୍ୟାସନାଲ କନଫରେନ୍ସର ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି ଓ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ କରିବାକୁ ନିବେଦନ କରିଛି। ଶ୍ରୀନଗରରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓମାର ଅବଦୁଲ୍ଲା ଓ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ‘ବନ୍ଦେ ମାତରମ୍‌’ର ସମ୍ପୂର୍ଣ୍ଣ ପରିବେଷଣ ସମୟରେ ଛିଡ଼ା ହୋଇ ରହିଥିଲେ। ଅବଦୁଲ୍ଲା ଗୀତର ସମସ୍ତ ଛଅଟି ପଦରେ ଛିଡ଼ା ହେବା ପରେ ରାଷ୍ଟ୍ରୀୟ ଗୀତକୁ ନେଇ ‘ଇଣ୍ଡି ମେଣ୍ଟ’ରେ ମତଭେଦ ଦେଖାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଶସ୍ତା ହେବ ଚିନି! ଘରୋଇ ବଜାରରେ ଅଢ଼େଇ ଲକ୍ଷ ଟନ୍‌ ବିକିବେ ଘରୋଇ କମ୍ପାନି

କଂଗ୍ରେସ ମହାସଚିବ ବେଣୁଗୋପାଳ ଏହି ପ୍ରସଙ୍ଗରେ ମଙ୍ଗଳବାର କହିଥିଲେ ଯେ, କଂଗ୍ରେସର ସହଯୋଗୀ ଦଳମାନଙ୍କୁ ସ୍ବାଧୀନତା ସଂଗ୍ରାମୀଙ୍କ ବିବେକ ଓ ନିର୍ଣ୍ଣୟର ସମ୍ମାନ କରି ‘ବନ୍ଦେ ମାତରମ୍‌’ର କେବଳ ସେହି ସଂସ୍କରଣ ଗାଇବା କଥା ଯାହାକୁ ସେମାନେ ଗ୍ରହଣ କରିଥିଲେ। ବେଣୁଗୋପାଳ ଏହା ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରୀୟ ଗୀତକୁ ସାମ୍ପ୍ରଦାୟିକ ରଙ୍ଗ ନ ଦେବା ପାଇଁ ଭାବିଚିନ୍ତି ନିଆଯାଇଥିବା ଫଇସଲା ଥିଲା ଓ ଆଜି ମଧ୍ୟ ସେ ନେଇ ବିପଦ ରହିଛି।
ବେଣୁଗୋପାଳ ‘ଏକ୍ସ’ରେ ଏକ ଭିଡିଓ ଜାରି କରି କହିଥିଲେ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ, ସୁଭାଷ ଚନ୍ଦ୍ର ବୋଷ, ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ମୌଲାନା ଆଜାଦ, ସରୋଜିନୀ ନାଇଡୁ ଓ ଜେପି କୃପାଳିନୀଙ୍କ ନିଷ୍ପତ୍ତି କଂଗ୍ରେସ ପାଇଁ ସବୁଠୁ ଊର୍ଦ୍ଧ୍ବରେ। ଏହି ନିର୍ଣ୍ଣୟରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପରାମର୍ଶ ମଧ୍ୟ ରହିଥିଲା। କଂଗ୍ରେସ ନେତା କହିଛନ୍ତି, ସମ୍ମାନ ଓ ବିନମ୍ରତାର ସହିତ ନିଜ ସହଯୋଗୀଙ୍କୁ ଆମର ସ୍ବାଧୀନତା ସଂଗ୍ରାମୀଙ୍କ ବୁଦ୍ଧିମତା ଓ ନିର୍ଣ୍ଣୟର ସମ୍ମାନ କରିବାକୁ ଓ ଆମ ସହିତ କେବଳ ସେହି ସଂସ୍କରଣ ପରିବେଷଣବେଳେ ଛିଡ଼ା ହେବାକୁ ଅନୁରୋଧ କରୁଛୁ, ଯାହାକୁ କେବଳ ସେମାନେ ଅନୁମୋଦନ କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ, ସିଲ୍ ହେଲା ଅନ୍ୟ ପିଜି

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.