ARTICLE AD BOX
ନ୍ୟୁୟର୍କ: ଆହତ ହୋଇ ଦୀର୍ଘଦିନ ପରେ କୋର୍ଟକୁ ଫେରିଥିବା ଡିଫେଣ୍ଡିଂ ଚାମ୍ପିଅନ୍ କାର୍ଲୋସ୍ ଆଲକାରାଜ ୟୁଏସ୍ ଓପନ୍ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ରବିବାର ସେ ଆମେରିକାର ଟମି ପଲ୍ଙ୍କୁ ସିଧାସଳଖ ୬-୪, ୬-୩, ୬-୪ ସେଟ୍ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ୍ ଆଲକାରାଜ ଏପ୍ରିଲ୍ରେ ଡାହାଣ ହାତର ମଣିବନ୍ଧ ଆହତ ହେବା ପରେ ପ୍ରଥମ ଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି। ୟୁଏସ୍ ଓପନ୍ରେ ଏହା ତାଙ୍କର ଏପର୍ଯ୍ୟନ୍ତ ସବୁଠାରୁ ପ୍ରଭାବଶାଳୀ ବିଜୟ।
ମହିଳା ଏକକରେ ଆରିନା ସାବାଲେଙ୍କା
୨୦ତମ ସିଡ୍ ଟମି ପଲ୍ ଏପର୍ଯ୍ୟନ୍ତ ଆଲକାରାଜଙ୍କୁ ସବୁଠାରୁ କଠିନ ଚ୍ୟାଲେଞ୍ଜ୍ ଦେଇଥିଲେ ମଧ୍ୟ ସ୍ପେନ୍ର ଏହି ତାରକା ତିନି ସେଟ୍ରେ ମ୍ୟାଚ୍ ଜିତି ନେଇଥିଲେ। କ୍ୱାର୍ଟର ଫାଇନାଲ୍ରେ ଆଲକାରାଜଙ୍କ ମୁକାବିଲା ଆମେରିକାର ବେନ୍ ସେଲ୍ଟନ୍ଙ୍କ ସହ ହେବ। ସେଲ୍ଟନ ୬-୨,୬-୩, ୬-୪ରେ ଷ୍ଟେଫାନୋଜ୍ ସିଟସିପାଜଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି। ସେହିପରି ଆମେରିକାର ଆଲେକ୍ସ ମାଇକେଲସେନ ଆର୍ଜେଣ୍ଟିନାର ଟି.ଏଚେଭେରିଙ୍କୁ ୭-୬,୬-୪,୬-୪ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି। ୭ ନମ୍ବର ମାନ୍ୟତାପ୍ରାପ୍ତ ଡାନିଲ୍ ମେଦଭେଦେଭ୍ ଆମେରିକାର ଫ୍ରାନ୍ସିସ ଟିଆଫୋଏଙ୍କଠାରୁ ୬-୭,୪-୬,୬-୭ରେ ପରାସ୍ତ ହୋଇଛନ୍ତି।
ଅନ୍ୟପକ୍ଷରେ ମହିଳା ଏକକରେ ଡିଫେଣ୍ଡିଂ ଚାମ୍ପିଅନ୍ ଆରିନା ସାବାଲେଙ୍କା ମଧ୍ୟ ୟୁଏସ୍ ଓପନ୍ର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ଶେଷ ଆଠରେ ତାଙ୍କର ମୁକାବିଲା ୱିମ୍ବଲଡନ୍ ବିଜୟିନୀ ଲିଣ୍ଡା ନୋସ୍କୋଭାଙ୍କ ସହ ହେବ। ୩ ନମ୍ବର ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା ରୋମାନିଆର ସୋରାନା ସିରଷ୍ଟିଆଙ୍କୁ ସିଧାସଳଖ ୬-୩,୬-୪ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି। ସେହପରି ଆମେରିକାର ଏମା ନାଭାରୋ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ରୁଷିଆର ଆନ୍ନା କାଲିନ୍ସକାୟାଙ୍କୁ ସିଧାସଳଖ ୬-୪, ୬-୨ ସେଟ୍ରେ ପରାସ୍ତ କରିଥିଲେ।

1 week ago
7


